Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଳ ଷ୍ଟେସନରୁ ଉଦ୍ଧାର ହେଲା ନିଖୋଜ ଶିଶୁ

ଯାଜପୁର ୨୬।୧: ଯାଜପୁର ରୋଡ୍ ରେଳ ଷ୍ଟେସନ୍‌ରୁ ଉଦ୍ଧାର ହେଲା ନିଖୋଜ ଥିବା ଶିଶୁ । ଅସହାୟ ଅବସ୍ଥାରେ କାନ୍ଦୁଥିବା ୫ ବର୍ଷର ଶିଶୁକୁ ସୁକିନ୍ଦା ଅଚଂଳର ମିର୍ଜା ସୈାରୀ ବେଗ୍‌ଙ୍କ ପତ୍ନୀ ରସିଦା ବିବି ନାମକ ମହିଳା ରେଳ ଷ୍ଟେସନ୍‌ରୁ ଉଦ୍ଧାର କରି ସୁକିନ୍ଦା ଥାନାରେ ଜିମା ଦେଇଛନ୍ତି । ମହିଳା ଜଣଙ୍କ ଘରକୁ ଫେରୁଥିବାବେଳେ ଷ୍ଟେସନ୍‌ରେ ଛୁଆଟି କାନ୍ଦୁଥିବାର ଦେଖିବାକୁ ପାଇ ବାପା ମା’ଙ୍କ ପରିଚୟ ପଚାରିବାରୁ ପିଲାଟି ନିଜ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲା ।

ସୁକିନ୍ଦା ଥାନାରୁ ପିଲାଟି ସମ୍ପର୍କରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସୁକିନ୍ଦା ଥାନାରୁ ପିଲାଟିକୁ ଆସି ଉଦ୍ଧାର କରିବା ସହିତ ପିଲାଟିକୁ ତାଙ୍କ ଘରକୁ ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପିଲାଟିର ଘର ଗଞ୍ଜାମ ଜିଲ୍ଲା ବୁଗୁଡା ଅଂଚଳରେ ହୋଇଥିବା ଜଣାପଡିଥିବାବେଳେ ଶୁଶୁଟି ବାପା ମା’ଙ୍କ ସହ ଭୁବନେଶ୍ବର ଆସି ନିଖୋଜ ହୋଇଯାଇଥିଲା ।

   Related Posts