ଘରକୁ ଫେରିଲା ନିଖୋଜ ଶିଶୁ, ସମ୍ପର୍କୀୟଙ୍କ ଘର ନିକଟରୁ ହେଲା ଉଦ୍ଧାର

Published By : Prameya-News7 Bureau | December 18, 2020 IST

ଗଜପତି ୧୮।୧୨: ଘରକୁ ଫେରିଲା ନିଖୋଜ ଶିଶୁ । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ କୁମୁଟିସାହିରେ ନିଖୋଜ ହୋଇଥିବା ୬ ବର୍ଷର ଶିଶୁ ଜାମି ହାର୍ଦ୍ଦିକ ଘରକୁ ଫେରିଛି । କାଶୀନଗର କଇଥପଦର ସ୍ଥିତ ସମ୍ପର୍କୀୟଙ୍କ ଘର ନିକଟରୁ ଉଦ୍ଧାର କରାଯାଇଛି । ତେବେ ହାର୍ଦ୍ଦିକଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଘର ନିକଟରେ କେହି ଛାଡି ଦେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ସନ୍ଧ୍ୟାରେ ଘର ପାଖରେ ଖେଳୁଥିବା ବେଳେ ବାପାଙ୍କ ଠିକଣା ପଚାରିଥିଲେ ଏବଂ କାଜୁ ଫ୍ୟାକ୍ଟ୍ରି ଦେଖାଇ ଦେବାକୁ କହି ବାଇକ୍‌ରେ ଆସି ଦୁଇ ଅଜଣା ବ୍ୟକ୍ତି ଉଠାଇ ନେଇଥିଲେ । ଏହା ପରଠାରୁ ହାର୍ଦ୍ଦିକଙ୍କ କୌଣସି ଖୋଜ ଖବର ମିଳିନଥିଲା । ଏହାପରେ ହାର୍ଦ୍ଦିକଙ୍କ ସାଙ୍ଗସାଥୀଠୁ ଖବର ପାଇ କାଶୀନଗରର ବିଭିନ୍ନ ସ୍ଥାନରେ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ପିଲାଟିର କୌଣସି ପତ୍ତା ମିଳିନଥିଲା । ପରେ ପରିବାର ଲୋକ ବ୍ୟସ୍ତ ହୋଇ କାଶୀନଗର ଥାନାରେ ଲିଖିତ ଭାବେ ଏତଲା ଦାଏର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.