ରାଉରକେଲାରେ ପୋଖରୀରୁ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
1/10/2018 at 9:35 AM

ସୁନ୍ଦରଗଡ ୧|୧୦: ନିଖୋଜ ଥିବା ଶିଶୁର ମୃତଦେହ ଉଦ୍ଧାର ହୋଇଛି । ରାଉରକେଲା ଉଦିତନଗର ଥାନା ମାଲଗୋଦାମ କୋରିଆ ବସ୍ତି ପୋଖରୀରୁ ଶିଶୁର ମୃତଦେହ ମିଳିଛି ।
ସୂଚନା ଅନୁସାରେ ଗତକାଲି ଖଟାଲ ବସ୍ତିର ରାଧେଶ୍ୟାମ ଯାଦବଙ୍କ ୮ ବର୍ଷର ପୁଅ ନିଖୋଜ ହୋଇଯାଇଥିଲା । ଏନେଇ ଉଦିତନଗର ଥାନାରେ ଏତଲା ଦେଇଥିଲେ ରାଧେଶ୍ୟାମଙ୍କ ପରିବାର ଲୋକ । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଚଳନ୍ତା କାର୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
26 January 2021
STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
26 January 2021