ଟିକ୍ ଟକ୍ ଭିଡିଓରେ ଦେଢ ବର୍ଷ ତଳେ ନିଖୋଜ ପୁଅ : ଚିହ୍ନଟ କଲେ ବାପା ମା ଓ ପରିବାର, ହେଲେ ମିଳୁନି ପୁଅ

Published By : Prameya-News7 Bureau | January 11, 2019 IST

ତିହିଡି୧୧|୧: ମାଟିଏ ମୋବାଇଲରେ ଟିକଟକ ଭିଜୁଆଲ ଦେଖି କାନ୍ଦି କାନ୍ଦି କହୁଛନ୍ତି ଏହି ମୋବାଇଲ ରେ ଦେଖାଯାଉଥିବା ପିଲାଟି ହେଉଛି ମୋ ପୁଅ । ଯିଏ କି ଦୀର୍ଘ ଦିନ ହେଲାଣି ନିଖୋଜ । ଦୟାକରି ମୋ ପୁଅ କୁ ଫେରାଇ ଆଣନ୍ତୁ । ଏମିତି କି ପୁରା ପରିବାର ମଧ୍ୟ କହୁଛନ୍ତି ସମାନ କଥା । ଆସନ୍ତୁ ଜାଣିବା କଣ ପାଇଁ ମୋବାଇଲରେ ଗୋଟିଏ ଭିଡିଓ ଦେଖି କାନ୍ଦୁଛନ୍ତି ଘର ଲୋକେ ।

{"id":72688}

ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁରୁଦାସପୁରର ଘଟଣା । ସେହି ଗାଁରେ ସୂର୍ଯ୍ୟମଣି ରାଉତଙ୍କ ଘର । ଗୋଟିଏ ଭଙ୍ଗା ଘରେ ପରିବାର ର ସାତ ଜଣ ରୁହନ୍ତି । ଦୁଇ ପୁଅ ଓ ଝିଅ ଙ୍କ ମଧ୍ୟରେ ବଡପୁଅ  ମାନସିକ ଭିନ୍ନକ୍ଷମ ଥିଲା ।

{"id":72689}

ପ୍ରାୟ ଦେଢ ବର୍ଷ ତଳେ ତାଙ୍କ ପୁଅ ସୁଦାମ ନିଜ ଜେଜେ ମା ଙ୍କ ସହ ଧାମନଗର ଠାରେ ଥିବା କାଞ୍ଜିଆପାଳ ମଠକୁ ବୁଲିବାକୁ ଯାଇଥିଲା । କିନ୍ତୁ ଫେରିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା ।

{"id":72690}

ଘରଲୋକେ ବହୁ ଖୋଜାଖୋଜି କରିବା ପରେ ପୁଅକୁ ନପାଇବାରୁ ତିହିଡି ଥାନାର ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ କୌଣସି ଖୋଜ ଖବର ମିଳିଲାନାହିଁ । ଏବେ କିନ୍ତୁ ଟିକ୍‌ ଟକ୍‌ ରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ ଯାହାକୁ ଦେଖିଲେ ପରିବାର ଲୋକେ କହୁଛନ୍ତି ଏ ହେଉଛି ଆମ ପୁଅ ।

{"id":72691}

ଟିକ୍‌ ଟକ୍‌ ଭିଡିଓରେ ଦେଖା ଯାଉଛି ଏମିତି ଏକ ଭିଡିଓ ଯେଉଁଥିରେ ଜଣେ ମାନସିକ ଭିନକ୍ଷମ ଯୁବକ ଅଖା ଘୋଡି ହୋଇ ଏକ କବାଟ ଉପରେ ସୋଇଛି ।

ଆଉ ଦେହ ହାତ ରେ କଡି ପଡିଛି । ନିଜେ ଉଠିବାକୁ ଚେଷ୍ଟା କରି ପୁଣି ତଳେ ପଡିଯାଉଛି ।

{"id":72695}

ଏହି ଭିଡିଓ ଏବେ ଗାଁରେ ଭାଇରାଲ ହେବାରେ ଲାଗିଛି । ଯିଏ ଦେଖୁଛି ସେ କହୁଛି ଏ ହେଉଛି ଆମ ଗାଁ ର ନିଖୋଜ ଯୁବକ ସୁଦାମର ଭିଡିଓ ଯିଏ କି ଦୀର୍ଘ ଦେଢ ବର୍ଷ ହେବ ନିଖୋଜ । ତାକୁ କେହି ଅନ୍ୟ କେଉଁଠି ଲୁଚାଇ ରଖିଛି ।

{"id":72696}

ଆଉ ଏପଟେ ପୋଲିସ କହୁଛି ଭିଡିଓରେ ଥିବା ପିଲା ନିଖୋଜ ଯୁବକ କି ନୁହେଁ ସେ ନେଇ ତଦନ୍ତ ଚାଲିଛି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.