Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମିସାଇଲଠୁ ନେଇ ଟ୍ୟାଙ୍କ ପର୍ଯ୍ୟନ୍ତ, ଉତ୍ତର କୋରିଆ ଦୁନିଆକୁ ଦେଖାଇଲା ମହାବିନାଶକାରୀ ଯୁଦ୍ଧାସ୍ତ୍ରର ଝଲକ, ପରେଡ୍‌ରେ ଭାବବିହ୍ଵଳ ହେଲେ କିମ୍ ଜୋଙ୍ଗ ଉନ୍

11/10/2020 at 7:38 PM

ନୂଆଦିଲ୍ଲୀ ୧୧।୧୦: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ ଦୁନିଆକୁ ନିଜର ମହାବିନାଶକାରୀ ଯୁଦ୍ଧାସ୍ତ୍ରର ଝଲକ ଦେଖାଇଛନ୍ତି। ପରେଡରେ କେବଳ ଉତ୍ତର କୋରିଆର ଏଲିଟ୍ କମାଣ୍ଡୋ ଫୋର୍ସ ଦେଖିବାକୁ ମିଳିନଥିଲା ବରଂ ସବୁଠୁ ଆଧୁନିକ ଏବଂ ସିକ୍ରେଟ୍ ଇଣ୍ଟରକଣ୍ଟିନେଣ୍ଟାଲ ମିସାଇଲ ହ୍ଵାବସାଙ୍ଗ ୧୫ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ରୁଷି ଅରମାଟା ପରି ଦେଖାଯାଉଥିବା ମେନ ବ୍ୟାଟେଲ ଟ୍ୟାଙ୍କ ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା। ଅପରପକ୍ଷେ କିମ ଜୋଙ୍ଗ ଉନ ନିଜ ଭାଷଣରେ ଚେତାବନୀ ଦେଇଛନ୍ତି ଯଦି କୌଣସି ଦେଶ ତାକୁ ଧମକ ଦିଏ ତେବେ ଉତ୍ତର କୋରିଆ ନିଜର ପରମାଣୁ ଶକ୍ତିକୁ ସଂପୂର୍ଣ୍ଣ  ସକ୍ରିୟ କରିବାକୁ ପ୍ରସ୍ତୁତ।

କ୍ଷେପଣାସ୍ତ୍ର ପ୍ରତି ଅହେତୁକ ରୁଚି ରଖୁଥିବା କିମ ଜୋଙ୍ଗ ଉନଙ୍କ ସେନା ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ(ICBM)ର ପ୍ରଦର୍ଶନ କରିଛନ୍ତି। ଏହା ନିଜ ସ୍ଵରୂପରେ ଦୁନିଆର ସବୁଠୁ ବଡ ମିସାଇଲ। ଏହା ଏତେ ବିଶାଳ ଯେ ଏହାକୁ ୨୨ ଚକା ବିଶିଷ୍ଟ ଟ୍ରକରେ ନେବାକୁ ପଡିଥିଲା। ପରେଡରେ ଅନେକ ପ୍ରକାରର ଯୁଦ୍ଧାସ୍ତ୍ରର ଝଲକ ଦେଖିବାକୁ ମିଳିଥିଲା। ଜୋଙ୍ଗ ଦୁନିଆକୁ ଚେତାବନୀ ମଧ୍ୟ ଦେଇଛନ୍ତି ଯେ, ଉତ୍ତର କୋରିଆ ନିଜର ଶକ୍ତିକୁ ମଜବୁତ କରୁଛି। ପରେଡ୍ ସମୟରେ କିମ ଜୋଙ୍ଗ ଉନ ଭାବ ବିହ୍ଵଳ  ହୋଇ ପଡିଥିବା ଦେଖିବାକୁ ମିଳିଥିଲା।

ବିଶେଷଜ୍ଞଙ୍କ ଅନୁଯାୟୀ ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ଦୁନିଆର ସବୁଠୁ ବଡ ରୋଡ୍-ମୋବାଇଲ ଲିକ୍ଵିଡ୍-ଫୁଏଲ୍‌ଡ ମିସାଇଲ ହୋଇପାରେ। ଏହି ନୂତନ ଅସ୍ତ୍ରରେ ବହୁମୁଖୀ ରିଏଣ୍ଟ୍ରି ହ୍ଵିକିଲର କ୍ଷମତା ରହିଛି, ଯାହା ଜରିଆରେ ଆମେରିକା ପ୍ରତିରକ୍ଷା ତନ୍ତ୍ରକୁ ନଷ୍ଟ କରାଯାଇ ପାରିବ। ଏ ପର୍ଯ୍ୟନ୍ତ ଉତ୍ତର କୋରିଆ ପାଖରେ କେବଳ ଲିକ୍ଵିଡ୍‌ ଫୁଏଲ ଆଧାରିତ ମିସାଇଲ ରହିଛି, ଯାହାକୁ ପ୍ରସ୍ତୁତ କରିବାରେ ସମୟ ଲାଗିଥାଏ। ଏହାକୁ ରେଡି-ଟୁ-ଲଞ୍ଚ ଟେଷ୍ଟରେ ନିକ୍ଷେପ କରାଯାଇ ପାରିବ ନାହିଁ। କିନ୍ତୁ ସଲିଡ୍ ଫୁଏଲ ମିସାଇଲକୁ ଇନ୍ଧନ ଭରି ପ୍ରକ୍ଷେପଣ କରାଯାଇ ପାରିବ ଏବଂ ଶୀଘ୍ର ଲଞ୍ଚ କରାଯାଇ ପାରିବ। ଏହାକୁ ନଷ୍ଟ କରିବା ମଧ୍ୟ ମୁସ୍କିଲ।

ରୁଷର ମେନ ବ୍ୟାଟେଲ ଟ୍ୟାଙ୍କ୍ ଅରମାଟା ପରି ଦେଖାଯାଉଥିବା ଟ୍ୟାଙ୍କ ଉତ୍ତର କୋରିଆର ସୈନ୍ୟ ପରେଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ରୁଷର ଅରମାଟାକୁ ପରବର୍ତ୍ତୀ ପିଢିର  ଟ୍ୟାଙ୍କ କୁହାଯାଏ। ୫୫ ଟନର ଏହି ଟ୍ୟାଙ୍କ୍ ୧୨୫ ଏମଏମର ସ୍ମୁଥବୋର କ୍ୟାନନରେ ସଜ୍ଜିତ। ଏହା ମିନିଟ୍ ପ୍ରତି ୧୦ରୁ ୧୨ ରାଉଣ୍ଡ ଗୁଳି ଦାଗିବାକୁ ସକ୍ଷମ। ଏହି ଟ୍ୟାଙ୍କ ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ ନିକ୍ଷେପ କରିବାକୁ ସକ୍ଷମ। ଯଦି ଉତ୍ତର କୋରିଆର ଟ୍ୟାଙ୍କ ମଜବୁତ ସାବ୍ୟସ୍ତ ହୁଏ, ତେବେ ଏହା ଆମେରିକା, ଦକ୍ଷିଣ କୋରିଆ ପରି ଦେଶ ପାଇଁ ବିପଦ ହୋଇପାରେ।

କିମ ଜୋଙ୍ଗ ଉନ ସୈନ୍ୟ ପ୍ରଦର୍ଶନ ସମୟରେ ସିଧାସଳଖ ଆମେରିକାର ସମାଲୋଚନା କରିନଥିଲେ ମଧ୍ୟ ଯୁଦ୍ଧାସ୍ତ୍ର ଦେଖାଇ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ଉତ୍ତର କୋରିଆର କ୍ଷମତାଧାରୀ ଦଳର ୭୫ତମ ବର୍ଷପୂର୍ତ୍ତି ପାଳନ ହୋଇଛି। ଅନ୍ୟପଟେ ଆମେରିକା ନିର୍ବାଚନକୁ ଚାରି ସପ୍ତାହର କମ ସମୟ ହୋଇଛି। ଏମିତିରେ ଯିଏ ବି ଆମେରିକାର ନୂତନ ରାଷ୍ଟ୍ରପତି ହେବ ତାଙ୍କ ସାମ୍ନାରେ ପ୍ରଥମେ ଉତ୍ତର କୋରିଆ ସହିତ ସମ୍ବନ୍ଧରେ ସୁଧାର ଆଣିବା ମୁଖ୍ୟ ପ୍ରସଙ୍ଗ ରହିବ।

   Related Posts