ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ ; ୨ କିଲୋମିଟର ପର୍ଯ୍ୟନ୍ତ ଜନବସତିକୁ ସ୍ଥାନାନ୍ତର
20/09/2018 at 11:39 AM

ବାଲେଶ୍ବର ୨୦|୯: ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ଆଜି ସ୍ବଳ୍ପ ଦୂରଗାମୀ ମଧ୍ୟମ ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ । ଏହି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷ ଭେଦ କ୍ଷମତା ୪୦୦ରୁ ୫୦୦କିଲୋମିଟର ମଧ୍ୟରେ ରହିବ । ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ପରୀକ୍ଷଣକୁ ଆଖିରେ ରଖି ଜୟଦେବକସବା ମୌଜାର ସମୁଦ୍ର ଉପକୂଳବର୍ତ୍ତୀ ଏଲସି-୩ ଠାରୁ ୨ କିଲୋମିଟର ପରିଧିକୁ ବିପଦ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ତେଣୁ ଏହି ଅଞ୍ଚଳରେ ବସବାସ କରୁଥିବା ଗାଁର ଜନସାଧାରଣ ଓ ଗୃହପାଳିତ ପଶୁଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯାଇଛି ।
Related Posts
ଶ୍ରୀମନ୍ଦିର ସହ ଜଡିତ ୨୩ ଜଣ କରୋନା ପଜିଟିଭ୍
13 April 2021
ଟିକା ଅଭାବ ; ୧୧ ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ
13 April 2021