Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଡୋକଲାମ ଓ ନାକୁଲା ସମେତ ଭାରତ ସଂଲଗ୍ନ ସୀମାରେ ଚୀନ ନିର୍ମାଣ କରୁଛି ମିଜାଇଲ ବେସ୍, ନୂତନ ଉପଗ୍ରହ ଛବିରୁ ଖୁଲାସା

29/08/2020 at 7:29 PM

ନୂଆଦିଲ୍ଲୀ ୨୯।୦୮: ଚୀନ ଗୋଟିଏ ପଟେ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଅନ୍ୟପଟେ ଭାରତ ସଂଲଗ୍ନ ସୀମାରେ ମିଜାଇଲ ବେସ୍ ନିର୍ମାଣ କରୁଛି। ଉପଗ୍ରହରୁ ନିଆଯାଇଥିବା ଚିତ୍ରରୁ ଏହା ସ୍ପଷ୍ଟ  ହୋଇଛି ଯେ ଚୀନ ଦୁଇଟି ନୂତନ ଏୟାର ଡିଫେନ୍ସ ପୋଜିସନ ପ୍ରସ୍ତୁତ କରୁଛି। ଚୀନ ଏହି ଦୁଇଟି ମିଜାଇଲ୍‌ ବେସ୍‌ରୁ ମେ ମାସରେ ଯେଉଁ ଜାଗାରେ ଭାରତ ଓ ଚୀନର ଶତାଧିକ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ଏବଂ ସିକ୍କିମ ସେକ୍ଟରର ବିବାଦୀୟ ଅଞ୍ଚଳକୁ ମଧ୍ୟ ନିଶାଣ କରି ପାରିବ।

ଟ୍ଵିଟରରେ @detresfa ନାମରେ ବ୍ୟବହୃତ ହେଉଥିବା ଓପନ ସୋର୍ସ ଇଣ୍ଟେଲିଜେନ୍ସ ଆନାଲିଷ୍ଟ ଦ୍ଵାରା ପ୍ରକାଶିତ ଉପଗ୍ରହ ଚିତ୍ରରୁ ଦୁଇଟି ସ୍ଥାନ ଦେଖିବାକୁ ମିଳିଛି ଯେଉଁଠି ଚୀନର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ମିଜାଇଲ ସୁବିଧା  ବିକଶିତ କରୁଛି। ଏହି ଦୁଇଟି ସ୍ଥାନ ସିକ୍କିମର ଅପର ପାର୍ଶ୍ଵରେ ରହିଛି।

ସାମରିକ ବିଶେଷଜ୍ଞଙ୍କ ଅନୁଯାୟୀ ଭାରତ ପାର୍ଶ୍ଵରେ ଲାଗିଥିବା ରାଡାର ପ୍ରତିଷ୍ଠାନ ନିକଟରେ ଚୀନ ପକ୍ଷରୁ ଏହି ମିଜାଇଲ ଡିଫେନ୍ସ ପ୍ରସ୍ତୁତ କରାଯାଉଛି। ଏଠାରୁ ଲକ୍ଷ୍ୟଭେଦକୁ ସଠିକ୍ ଭାବେ ନିଶାଣ କରାଯାଇ ପାରିବ। ଟ୍ଵିଟରରେ @detresfa ପକ୍ଷରୁ ଗ୍ରାଫିକ ପୋଷ୍ଟ କରି କୁହାଯାଇଛି ନୂତନ ମିଜାଇଲ ବେସ୍‌ର ନିର୍ମାଣ ଭାରତ ସଂଲଗ୍ନ ସୀମାରେ ଚୀନ ପାର୍ଶ୍ଵରୁ କରାଯାଉଛି।

ନୂତନ ମିଜାଇଲ ବେସ୍‌ ଡୋକା ଲାରୁ ପ୍ରାୟ ୫୦ କିଲୋମିରଟ ଦୂରରେ ଅବସ୍ଥିତ। ଏହା ଡୋକଲାମରୁ ନିକଟରେ ରହିଛି। ଡୋକଲାମରେ ୨୦୧୭ରେ ୭୩ ଦିନ ପର୍ଯ୍ୟନ୍ତ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଗତିରୋଧ ଲାଗି ରହିଥିଲା। ଉଭୟ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ଥିଲେ। ଅନ୍ୟ ମିଜାଇଲ ବେସ୍ ନାକୁଲାରେ ରହିଛି। ଯେଉଁଠି ମେ ୯ରେ ଭାରତ ଓ ଚୀନ ସୈନିକ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୪ ଭାରତୀୟ ଯବାନ ଓ ୫ ଚୀନ ସୈନିକ ଆହତ ହୋଇଥିଲେ।

   Related Posts