Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଦେଖନ୍ତୁ ଭିଡିଓ- କେମିତି ଓଡିଶାର ଆକାଶମାର୍ଗରେ ସଫଳ ଭାବେ ଟାର୍ଗେଟକୁ ଧ୍ୱଂସ କରୁଛି ସ୍ୱଦେଶୀ ମିସାଇଲ୍ ଅସ୍ତ୍ର

17/09/2019 at 9:21 PM

ନୂଆଦିଲ୍ଲୀ – ଏବେ ଶତ୍ରୁପକ୍ଷକୁ ଆକାଶମାର୍ଗରେ ୭୦ କିଲୋମିଟର ଦୂରରୁ ଧ୍ୱଂସ କରିପାରିବ ଭାରତର କ୍ଷେପଣାସ୍ତ୍ର ଅସ୍ତ୍ର  । ଏହାକୁ ଏକ ଯୁଦ୍ଧ ବିମାନରୁ ଉତ୍‌କ୍ଷେପଣ କରାଯାଇପାରିବ । ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।  ସୁଖୋଇ-୩୦ ଯୁଦ୍ଧ ବିମାନରୁ ଏହାର ସଫଳ ପରୀକ୍ଷଣ କରାଯାଇଛି ।

 ଡିଆରଡିଓ  ସମ୍ପୂର୍ଣ୍ଣ ସ୍ୱେଦେଶୀ ଜ୍ଞାନ କୌଶଳରେ ଏହି କ୍ଷେପଣାସ୍ତ୍ରକୁ  ବିକଶତି କରିଛି । ଅସ୍ତ୍ର ମିସାଇଲ୍‌ ଆକାଶମାର୍ଗରୁ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧ ବିମାନରୁ ଉତ୍‌କ୍ଷେପଣ କରାଯାଇଥିଲା ।  ପଶ୍ଚିବଙ୍ଗର ଏକ ଏୟାରବେସ୍‌ରୁ ଏହା ଉଡାଣ ଭରିଥିଲା ।  ଓଡିଶାର ବଙ୍ଗୋପ ସାଗର ଉପରେ ଆକାଶମାର୍ଗରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା ।  ଅସ୍ତ୍ର ମିସାଇଲ୍‌  ଆକାଶମାର୍ଗରେ ଶତ୍ରୁପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିପାରିବ ।

 ଆକାଶମାର୍ଗରେ ଏହା ସଫୋଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ଆକାଶରୁ ଆକାଶକୁ ଗତିଶୀଳ ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ରର କ୍ଷମତା ପ୍ରଦର୍ଶିତ ହୋଇଥିଲା । ଉପଯୁକ୍ତ ପ୍ରକ୍ରିୟାରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବା ସହ ବିଭିନ୍ନ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଙ୍ଗ ସିଷ୍ଟମ (ଇଓଟିଏସ) ଓ ସେନ୍ସର ମାଧ୍ୟମରେ ଏହା ଲକ୍ଷ୍ୟ ଭେଦ କରିଥିବା ନେଇ ନିଶ୍ଚିତ କରାଯାଇଥିଲା ।

ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଓ ବାୟୁସେନା ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

   Related Posts