କରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ମିସ୍ ଓ୍ୱାର୍ଲ୍ଡ୍ ମାନୁସୀ ଛିଲ୍ଲର, ଘରେ ରହିବାକୁ ଦେଉଛନ୍ତି ପରାମର୍ଶ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ, ୦୮|୦୪: ସାରା ଦେଶରେ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ ଲକଡାଉନ ଲାଗୁ ହୋଇଛି । ଏହି ସମୟରେ ଦେଶବାସୀ ଘରେ ରହୁଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଜନତାଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ୨୦୧୭ ମିସ୍ ଓ୍ୱାର୍ଲ୍ଡ ମାନୁସୀ ଛିଲ୍ଲରଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ କହିଛନ୍ତି ।

ନିକଟରେ ମାନୁସୀ ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ହରିୟାଣାବାସୀଙ୍କୁ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ । ସେ କହିଛନ୍ତି ଯେ, ସମସ୍ତେ କରୋନା ଭାଇରସର ଭୟାବହତାକୁ ଜାଣିଛନ୍ତି । ଏହା ବିରୋଧରେ ସମସ୍ତେ ମିଳିତ ଭାବେ ଲଢିବାର ଆବଶ୍ୟକତା ରହିଛି । ଏହାକୁ ରୋକିବାକୁ ପଡିବ । ଏହାସହ ମୋଦୀ ଡାକରା ଦେଇଥିବା ଲକଡାଉନକୁ ପାଳନ କରିବା ପାଇଁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସେ ନିଜେ ମଧ୍ୟ ଘରେ ରହୁଛନ୍ତି । ସାମାଜିକ ଦୂରତା ରକ୍ଷା କରୁଛନ୍ତି । ଏହା ନିଜ ପାଇଁ ଏବଂ ତାଙ୍କ ପରିବାର ପାଇଁ ଲାଭଦାୟକ । ନିଜେ ଚାହିଁଲେ ହିଁ କେବଳ କରୋନା ଭାଇରସକୁ ମାତ ଦେଇହେବ ବୋଲି ସେ କହିଛନ୍ତି । ଏହାସହ ତାଙ୍କ ପରାମର୍ଶ ସମସ୍ତେ ମାନିବା ସହ କରୋନା ବିରୋଧୀ ଲଢେଇରେ ବିଜୟୀ ହେବ ବୋଲି ସେ ଆଶା କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.