ସୁନ୍ଦରୀଙ୍କ ସୁନ୍ଦର ହୃଦୟ: ବାହାଘରରେ ଅତିଥିଙ୍କୁ ଉପହାର ବଦଳରେ Charity ପାଇଁ donation ଦେବାକୁ କହିଲେ Miss Universe 2017

Published By : Prameya-News7 Bureau | February 05, 2020 IST

ମିସ୍ ଯୁନିଭର୍ସ ୨୦୧୭  ଡେମୀ-ଲେହ ନେଲ-ପିଟର୍ସ ପେଷାଦାର ଆଥଲେଟ୍ ଟିମ୍ ଟେବୋଙ୍କୁ କେପ୍ ଟାଉନରେ ବିବାହ କରିଛନ୍ତି। ଏଥିଲାଗି ଭବ୍ୟ ଉତ୍ସବର ଆୟୋଜନ ହୋଇଥିବା ବେଳେ ଆମେରିକୀୟ ଓ ଦକ୍ଷିଣ ଆଫ୍ରିକୀୟ ଅତିଥିଙ୍କ ଗହଣରେ ସେମାନେ ବିବାହ କରିଛନ୍ତି। ତେବେ ବିବାହୋତ୍ସବରେ ନବ ଦମ୍ପତ୍ତିଙ୍କୁ କୌଣସି ଉପହାର ପ୍ରଦାନ ବଦଳେ ଚାରିଟି ଡୋନେସନ ଲାଗି ସେମାନେ ନିବେଦନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":220544,"width":576,"height":473,"sizeSlug":"large"}

ନେଲ ପିଟର୍ସ ଓ ଟେବୋଙ୍କ ବିବାହ ଉତ୍ସବକୁ ଦେଶବିଦେଶରୁ ୨୬୦ ଜଣ ଅତିଥି ଆମନ୍ତ୍ରିତ ଥିଲେ। ଏଣୁ ବିବାହ ରୀତି ଅନୁସାରେ ଅତିଥି ନବ ଦମ୍ପତ୍ତିଙ୍କୁ ଉପହାର ଦେଇ ଶୁଭେଚ୍ଛା ପ୍ରଦାନ କରନ୍ତି। ହେଲେ ନେଲ ଓ ଟେବୋ ଏଥିରେ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ୨୦୧୭ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ନେଲ ପିଟର୍ସ ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।  ହେଲେ କେବେ ଟେବୋଙ୍କ ସହ ତାଙ୍କର ପୂର୍ବ ପରିଚୟ ନଥିଲା।  ନିକଟରେ ଟିମ୍ ଟୋବୋ ଫାଉଣ୍ଡେସନ ପକ୍ଷରୁ 'ପ୍ୟୁପିଲ ୱିଥ ସ୍ପେସିଆଲ ନିଡସ୍ କାର୍ଯ୍ୟକ୍ରମକୁ ସାନ ଭଉଣୀ ସହ ଆସିଥିବା ବେଳେ  ତାଙ୍କ ସହ ପରିଚୟ ହୋଇଥିଲା।

{"id":220545,"width":579,"height":679,"sizeSlug":"large"}

ନେଲ ପିଟର୍ସଙ୍କ ଭଉଣୀ ଜନ୍ମରୁ ସେରେବେଲାର ଏଜେନେସିସ୍‌ରେ ଆକ୍ରାନ୍ତ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏଭଳି ଲୋକଙ୍କ ଜୀବନ ସହ ପରିଚିତ ହୋଇଥିଲେ ନେଲ ଓ ସେମାନଙ୍କ ଲାଗି କାମ କରୁଥିବା ଟିମ୍ ଟେବୋଙ୍କ ଦ୍ୱାରା ବେଶ୍ ପ୍ରେରିତ ହୋଇଥିଲେ। ସେମାନଙ୍କ ସମ୍ପର୍କ କ୍ରମେ ପ୍ରେମର ପରିବର୍ତ୍ତିତ ହୋଇଥିବା ବେଳେ ସେମାନେ ଏବେ ବିବାହ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.