Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ବାପାଙ୍କୁ ମିଳିଲାନି ସିଟ୍, ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଝିଅ ଦୀକ୍ଷା ସିଂହ

2/04/2021 at 10:34 PM

ଜୌନପୁର ୦୨।୦୪: ୨୦୧୫ରେ ଫେମିନା ମିସ୍ ଇଣ୍ଡିଆ ରନର ଅପ୍ ରହିଥିବା ଦୀକ୍ଷା ସିଂହ ଏବେ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି। ଦୀକ୍ଷା ସିଂହ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ବକ୍ସା ବିକାଶଖଣ୍ଡର ଓ୍ଵାର୍ଡ ନମ୍ଵର ୨୬ରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ଭାବେ ନିର୍ବାଚନ ଲଢିବେ। ଦୀକ୍ଷା ସିଂହ ନିର୍ବାଚନ ମଇଦାନକୁ ଓହ୍ଲାଇବାର କାରଣ ତାଙ୍କ ପିତା ଜିତେନ୍ଦ୍ର ସିଂହଙ୍କ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ  ହୋଇ ଯାଇଛି।

ଦୀକ୍ଷା ସିଂହ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେବଳ ଏତିକି ନୁହେଁ ଗାଁ ଗାଁ ବୁଲି ପ୍ରଚାରରେ ଲାଗି ପଡିଛନ୍ତି ଦୀକ୍ଷା। ଏହି ଆସନରୁ ଦୀକ୍ଷା ସିଂହଙ୍କ ପିତା ଜିତେନ୍ଦ୍ର ସିଂହ ଦୀର୍ଘ ଦିନ ଧରି ପଞ୍ଚାୟତ ସଦସ୍ୟ ପଦରେ ଲଢିବା ପାଇଁ ପ୍ରସ୍ତୁତି କରି ଆସୁଥିଲେ। ଏକ ବର୍ଷରୁ ଅଧିକ ସମୟ ଧରି ସେ ନିଜ ଅଞ୍ଚଳ ବୁଲିବା ସହ ନିଜର ପ୍ରଚାର କରିଥିଲେ। ହେଲେ ଠିକ୍ ସମୟରେ ଏହି ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଗଲା।

ଏହା ପରେ ଜିତେନ୍ଦ୍ର ସିଂହଙ୍କ ଝିଅ ଦୀକ୍ଷା ସିଂହ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଦୀକ୍ଷା ସିଂହଙ୍କ ମୁକାବିଲା  ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ଵର୍ଗତ ରାମ ଚନ୍ଦ୍ର ସିଂହଙ୍କ ବୋହୂ ଶାଲିନୀ ସିଂହଙ୍କ ସହ ରହିଛି। ଶାଲିନୀ ସିଂହ ମଧ୍ୟ ଜଣେ ଗ୍ରାଜୁଏଟ୍।

   Related Posts