ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ

Published By : Prameya-News7 Bureau | July 25, 2021 IST

ଚଣ୍ଡିଖୋଲ, ୨୫|୦୭:   ଯାଜପୁର ଜିଲ୍ଲା ଧର୍ମଶାଳା ବିଜେଡିରେ ମିଶ୍ରଣ ପର୍ବ । ଅନେକ ଜିଲ୍ଲାପରିଷଦ ସଭ୍ୟ ଓ ବିଜେପି କର୍ମୀ ବିଜେଡିରେ ସାମିଲହୋଇଛନ୍ତି । ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଓ ବରୀ ନିର୍ବାଚନ ମଣ୍ଡଳୀର ୩୪ ଓ ୩୬ ନମ୍ବର ଜିଲ୍ଲାପରିଷଦ ସଭ୍ୟଙ୍କ ସମେତ ବହୁ ବିଜେପି କର୍ମୀ ଅନୁଷ୍ଠାନିକ ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି. ।

ଏହି ମିଶ୍ରଣ ପର୍ବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବହୁ ବିଜେଡି କର୍ମକର୍ତା ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଏହା ଦଳକୁ ଆହୁରି ମଜବୁତ କରିବ ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି. ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.