Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ମେଟ୍ରିକ ପରିକ୍ଷାରେ ପାସ କରିଦେବାକୁ କହି ଜଣେ ଫେଲଛାତ୍ରୀ ସହ ଦୁଇ ଯୁବକ କଲେ ଦୁଷ୍କର୍ମ, ଅଶ୍ଳୀଳ ଭିଡ଼ିଓ ସୁଟିଂକରି କରୁଥିଲେ ବ୍ଲାକମେଲ

2/01/2019 at 9:43 PM

ଭୋଜପୁର ୨/୧- ମେଟ୍ରିକ ପରୀକ୍ଷାରେ ପାସ କରେଇଦେବାକୁ କହି ଜଣେ ଛାତ୍ରୀସହ ଦୁଷ୍କର୍ମ ଅଭିଯୋଗରେ ୨ଜଣକୁ ଗିରଫ କରିଛି ପୋଲିସ । ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପ୍ରକୃତ ଘଟଣା ଆସିଛି ପଦାକୁ ।

ଭୋଜପୁର ଜିଲ୍ଲାରେ ଘଟିଛି ଏହିଭଳି ଘଟଣା । ଛାତ୍ରୀଙ୍କୁ ମେଟ୍ରିକ ପରୀକ୍ଷାରେ ପାସ୍ କରେଇବା କଥା କହି ଦୁଇ ଯୁବକ ରଖିଛନ୍ତି ଶାରୀରିକ ସଂପର୍କ । ଦିନେଶ ଓ ଶିବୁ ସ୍ଥାନୀୟ ଅଂଚଳର ଯୁବକ ବୋଲି ଜଣାପଡ଼ିଛି । ୪ଥର ମେଟ୍ରିକ ଫେଲ ହୋଇଥିବା ମୌସୁମୀକୁ ପାସ୍ କରେଇବା କଥା କହି ସେମାନେ ଏଭଳି କାଣ୍ଡ କରିଥିଲେ । ଦୁଇଯୁବକ ପ୍ରଥମେ ମୌସୁମୀକୁ ଡ଼ାକି ଶାରୀରିକ ସଂପର୍କ ରଖିଥିଲେ । ଏହାର ଭିଡ଼ିଓ ସୁଟିଂକରି ମୋବାଇଲରେ ରଖିଥିଲେ । ଏହି ଭିଡ଼ିଓକୁ ଦେଖାଇ ବ୍ଲାକମେଲ କରୁଥିଲେ । ପ୍ରତ୍ୟେକଦିନ ମୌସୁମୀକୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ମୌସୁମୀକୁ ଡ଼ାକିବାପରେ ସେଦିନ ସେ ଆସି ନ ଥିଲା । ସେଥିପାଇଁ ଶିବୁ ଓ ରାହୁଲ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଛାଡ଼ିଦେଇଥିଲେ । ଏହି ଭିଡ଼ିଓ ଭାଇରାଲ ହେବାପରେ ପରିବାର ଲୋକ ଜାଣି ଏହିକଥା ମୌସୁମିକୁ ପଚାରିବା ପରେ ସବୁସତ ପଦାକୁ ଆସିଥିଲା ।

ଶିବୁ ଓ ରାହୁଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଶିବୁ ଓ ରାହୁଲ ବ୍ଲାକମେଲ କରି ମୌସୁମୀ ସହ ନିୟମିତ ସଂପର୍କ ରଖୁଥିଲେ । ନିଜର ବ୍ୟକ୍ତିଗତ ଅସୁବିଧା କାରଣରୁ ଆସି ନ ଥିବାରୁ ସେମାନେ ରାଗିଯାଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଅପଲୋଡ଼ କରିଥିବା କଥା ପୋଲିସ ଆଗରେ କହିଛନ୍ତି ।

   Related Posts