Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ପିକନିକ୍ କରିବାକୁ ଡ଼ାକି ୨ନାବାଳିକାଙ୍କୁ କଲେ ଗଣଦୁଷ୍କର୍ମ, ମାତ୍ର ୧୫ ଦିନ ପୂର୍ବରୁ ଫୋନଯୋଗେ ଯୁବକଙ୍କ ସହ ହୋଇଥିଲା ପରିଚୟ

12/01/2019 at 8:35 PM

ରାଂଚି ୧୨/୧- ଝାରଖଣ୍ଡର ରାଂଚିରେ ଘଟିଛି ଅଭାବନୀୟ ଘଟଣା । ପିକନିକ୍ କରିବାକୁ ଡ଼ାକି ନାବାଳିକା ଛାତ୍ରୀଙ୍କୁ ୭ଦିନ ରଖି କଲେ ଗଣଦୁଷ୍କର୍ମ ।

ରାଂଚି ଜଗନ୍ନାଥପୁର ଥାନା ଅଂଚଳରେ ଘଟିଛି ଏହି ଘଟଣା । ଜଣେ ୧୭ ବର୍ଷ ବୟସ୍କ ଯୁବତୀ ସହ ୧୩ ବର୍ଷ ବୟସ୍କ ନାବାଳିକାଙ୍କୁ ଅପହରଣ କରି ନେଇଥିଲା ଟାଟିସିଲଓ୍ଵାଇର ମନିଷ ନାମକ ଯୁବକ ।  ଏହି ଅପହରଣ ନେଇ ପରିବାର ପକ୍ଷରୁ ମଧ୍ୟ ଜଗନ୍ନାଥପୁର ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ଏହି ଘଟଣା ସହ କିଏ କିଏ ସଂପୃକ୍ତ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇ ନଥିଲା ।

ଅପରପକ୍ଷରେ ମନୀଷ ଏହି ୨ଜଣ ଝିଅଙ୍କୁ ଅପହରଣ କରିବା ପଛରେ ମନୀଷର ସାଙ୍ଗ ବାଦଲ ମଧ୍ୟ ସଂପୃକ୍ତ ଥିଲା ।   ସେମାନେ ଅପହରଣ କଲାପରେ ବନ୍ଦୀକରି ଏହି ନାବାଳିକା ୨ଜଣଙ୍କୁ ସାତଦିନ ଧରି ରଖିଥିଲେ । ଏହି ମୌକାରେ ବାଦଲ ଓ ମନୀଷ ଅନ୍ୟସାଙ୍ଗଙ୍କ ସହ ମିଶି ଲଗାତାର ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି ।

ମନିଷ ସହିତ ୧୭ ବର୍ଷ ବୟସ୍କ ଯୁବତୀଙ୍କ ମାତ୍ର ୧୫ ଦିନ ପୂର୍ବରୁ ପରିଚୟ ହୋଇଥିଲା । ରଂଗ୍ ନମ୍ବରର କଥାବାର୍ତ୍ତା ହୋଇ ଚିହ୍ନିଥିଲେ ବୋଲି ଯୁବତୀ ସ୍ଵୀକାର କରିଛନ୍ତି । ଯୁବତୀଙ୍କୁ ମନୀଷ ବାରମ୍ବାର ଫୋନ କରିବା ଦ୍ଵାରା ବନ୍ଧୁତା ମଧ୍ୟ ବଢ଼ିଯାଇଥିଲା ।  ମନିଷ ଓ ତାଙ୍କର କିଛି ସାଙ୍ଗ ପିକନିକ୍ କରିବାକୁ ଗଲାବେଳେ ଏହି ଯୁବତୀଙ୍କୁ ଡ଼ାକିଥିଲେ । ଯୁବତୀ ନିଜର ୧୩ ବର୍ଷ ବୟସ୍କ ସଂପର୍କୀୟ ଝିଅକୁ ସାଙ୍ଗରେ ଡ଼ାକି ନେଇଥିଲା । କିନ୍ତୁ ସେମାନେ ପିକନିକ୍ ବଦଳରେ ଅଜଣା ସ୍ଥାନକୁ ନେଇ ୭ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଯୁବତୀ ଥାନାରେ ଆଣିଛନ୍ତି ।

ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବାଦଲ ଓ ମନୀହକୁ ଗିରଫ କରିଛି ।

   Related Posts