ତିନିବର୍ଷ ଧରି ମହିଳା ଶିକ୍ଷୟତ୍ରୀଙ୍କୁ ବ୍ଲାକମେଲ କରି ଯୁବକ କରୁଥିଲା ଦୁଷ୍କର୍ମ , ଶେଷରେ ସାଙ୍ଗସାଥିଙ୍କ ସହ ନିଶା ଦେଇ କଲା ଏମିତି କାମ

Published By : Prameya-News7 Bureau | March 03, 2019 IST

ହିସାର ୩/୩- ମହିଳା ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବ୍ଲାକମେଲ କରି ଜଣେ ଯୁବକ ତିନିବର୍ଷ ଦୁଷ୍କର୍ମ କଲାପରେ ସାଙ୍ଗଙ୍କ ସହ ନିଶା ଦେଇ  ଏଭଳି କାମ କରିବା ଘଟଣା ପୋଲିସ ପୋଲିସ ପାଖରେ ଅଭିଯୋଗ ଆସିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ  କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାକୁ ଛାନଭିନ ଆରମ୍ଭ କରିଛି  ।

ରାନୀ ନାମକ ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କ ସହ ମୁକେଶର ପରିଚୟ ହୋଇଥିଲା । ପରିଚୟରୁ ବନ୍ଧୁତା ହେବାପରେ ଦିନେ ମୁକେଶ ରାନୀକୁ ବୁଲିବାକୁ ଡ଼ାକିଥିଲା । ମୁକେଶ ରାନୀକୁ ଏକ ନିରୋଳା ସ୍ଥାନକୁ ନେଇ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା । ଏଥିରେ ରାନୀ ରାଜି ହୋଇ ନଥିଲା । କିନ୍ତୁ କଳେବଳେ କୌଶଳେ ରାନୀ ସହ ଶାରୀରିକ ସଂପର୍କ ରଖିଥିଲା ମୁକେଶ । ଏହି ସମୟରେ ରାନୀର ଆପତ୍ତିଜନକ ଫଟୋ ନିଜ ମୋବାଇଲରେ ଉଠାଇରଖିଥିଲା ମୁକେଶ ।

ଏହି ଫଟୋକୁ ଦେଖାଇ ବାରମ୍ବାର ରାନୀ ସହ ଶାରୀରିକ ସଂପର୍କ ରଖୁଥିଲା । କିନ୍ତୁ କିଛିଦିନ ପରେ ଲୋଭ ଇନରେ ରହିବାକୁ ରାନୀକୁ ପ୍ରସ୍ତାବ ଦେଇଥିଲା । ରାନୀକୁ ବ୍ଲାକମେଲ କରି ମୁକେଶ ରାନୀ ସହ ଲିଭ-ଇନରେ ରହିଥିଲା ।

କିନ୍ତୁ ମୁକେଶ ରାନୀ ସହ ବିଭିନ୍ନ ସମୟରେ ନିଜ ସାଙ୍ଗ ମାନଙ୍କ ସହ ପରିଚୟ କରାଇବା ସହ ଖୋଲାଖୋଲି ମିଶିବାକୁ ବାଧ୍ୟ କରୁଥିଲା । ରାନୀ ମୁକେଶର ସାଙ୍ଗଙ୍କ ସହ ସହଜରେ ମିଶି ପାରୁ ନଥିଲା ।

କିଛିଦିନ ପରେ ମୁକେଶ କିଛି ସାଙ୍କଙ୍କ ସହ ମିଶି ରାନୀକୁ ନିଶାଦ୍ରବ୍ୟ ଖୁଆଇ ଦେଇଥିଲେ । ଫଳରେ ରାନୀକୁ ନିଶା ଅବସ୍ଥାରେ ଜଣେପରେ ଜଣେ ଦୁଷ୍କର୍ମ କରିଥିଲା ।

ଏହାପରେ ରାନୀ ସହିତ ମୁକେଶ ଅନ୍ୟସମୟରେ ସାଙ୍ଗଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ।  ରାନୀ  ମନାକଲେ ବ୍ଲାକମେଲ କରିବାକୁ ବି ପଛାଉ ନଥିଲା ମୁକେଶ ।

ଏହି ଘଟଣାରେ ପରେ ରାନୀ ପୋଲିସ ଆଗରେ ମୁହଁ ଖୋଲିଥିଲା । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ପୋଲିସ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.