Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାକିରୀ ଖୋଜିବାକୁ ଆସିଥିବା ହିମାଚଳ ପ୍ରଦେଶର ଯୁବତୀଙ୍କୁ ଗଣଦୁଷ୍କର୍ମ

ଚଣ୍ଡିଗଡ଼ ୧୮/୫: ଚାକିରୀ ଖୋଜିବା ପାଇଁ ମୋହାଲି ପହଞ୍ଚିଥିବା ହିମାଚଳପ୍ରଦେଶର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମର ଘଟଣା ସାମନାକୁ ଆସିଛି। ପୋଲିସ୍ ଏହି ମାମଲାରେ ୩ଜଣଙ୍କ ବିରୋଧରେ ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରିଛି। ଦୁଇ ଜଣ ଅଭିଯୁକ୍ତ ଅନମୋଲ୍ ଏବଂ ରାଜାକୁ ପୋଲିସ୍ ଗିରଫ କରିଛି। କିନ୍ତୁ ତୃତୀୟ ଅଭିଯୁକ୍ତ ପୁନିଆକୁ ଏଯାଏଁ ପୋଲିସ୍ ଖୋଜୁଛି।

ପୀଡ଼ିତା ଜଣକ ହିମାଚଳ ପ୍ରଦେଶର ସୋଲୋନ୍ ଜିଲ୍ଲାରେ ରୁହନ୍ତି। ପୋଲିସକୁ ଅଭିଯୋଗ କରିବାବେଳେ ପୀଡ଼ିତା କହିଛନ୍ତି ଯେ ସେ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଏକ ଅଟୋ ମୋବାଇଲ୍ କମ୍ପାନୀରେ କାମ କରୁଥିଲେ। କିଛି ଦିନ ଆଗରୁ ତାଙ୍କର ଦୁର୍ଘଟଣା ହୋଇଥିଲା,ଯେଉଁଥିପାଇଁ ତାଙ୍କୁ ଚାକିରୀ ଛାଡ଼ିବାକୁ ପଡ଼ିଥିଲା। ପୀଡ଼ିତାଙ୍କ କହିବାନୁସାରେ ଦୁର୍ଘଟଣା ସମୟରେ ସେ ତାଙ୍କର ଜଣେ ସହକର୍ମୀଙ୍କୁ ଚାକିରୀ ଖୋଜିବାକୁ କହିଥିଲେ।

ମଇ ୧୩ତାରିଖରେ ସେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ମୋହାଲି ଆସିଥିଲେ। ସେଠାରେ ତାଙ୍କ ସାକ୍ଷାତ ଗୁଡୁ ସହ ହୋଇଥିଲା। ଏହାପରେ ସେ ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ। ସେ କହିଥିଲେ ସେକ୍ଟର-୬୭ରେ ଇଣ୍ଟରଭ୍ୟୁ ପରେ ତାଙ୍କର ବିଳମ୍ବ ହୋଇଯାଇଥିଲା। ଏହାପରେ ଗୁଡୁ ତାଙ୍କୁ ଚଣ୍ଡିଗଡ଼ରେ ତାଙ୍କ ସାଙ୍ଗ ରୁମକୁ ନେଇଯାଇଥିଲେ।

ରୁମରେ ଆଗରୁ ଅନମୋଲ ସିଂହ,ପୁନିଆ ଏବଂ ରାଜା ଥିଲେ। ଯେତେବେଳେ ତାଙ୍କ ସାଙ୍ଗ ଗୁଡୁ କାମ ପାଇଁ ଚାଲିଯାଇଥିଲେ ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ୩ଜଣ ସେଠାରୁ ଫେରାର ହୋଇଯାଇଥିଲେ।

128 Views

   ସମ୍ବନ୍ଧିତ ଖବର