ଡ଼ାକ୍ତରଖାନାରେ ଛାଡ଼ିଦେବାକୁ କହି ଅଜଣାଜାଗାକୁ ନେଇ ମହିଳାଙ୍କୁ କଲେ ଦୁଷ୍କର୍ମ, ଲୁଟିନେଲେ ୧ଲକ୍ଷ ଟଂକା

Published By : Prameya-News7 Bureau | January 07, 2019 IST

ବିଜୟନଗର ୭/୧- ଡ଼ାକ୍ତରଖାନାକୁ ଯାଉଥିବା ମହିଳାଙ୍କୁ ଲିଫ୍ଟରେ ଦେବା ବଦଳରେ ଘରକୁ ନେଇ କଲେ ଦୁଷ୍କର୍ମ ।  ସ୍ଵାମୀଙ୍କର ଚିକିତ୍ସାପାଇଁ ରଖିଥିବା  ୧ ଲକ୍ଷ ଟଙ୍କା ଲୁଟିନେଲେ ।

ଟିବ୍ବୋ ରୋଡ଼ସ୍ଥିତ ବିଜୟନଗର ଅଂଚଳରେ ଘଟିଛି ଏହି ଘଟଣା । ମହିଳାଙ୍କ କହିବା ଅନୁସାରେ, ସେ ତାଙ୍କ ସ୍ଵାମୀଙ୍କୁ ଦେଖାକରିବାକୁ  ଯାଉଥିଲେ ମେଡ଼ିକାଲ ।ଏହି ସମୟରେ ଜଣେ ଅଚିହ୍ନା ଯୁବକ ତାଙ୍କୁ  ଲିଫ୍ଟ ଦେଇଥିଲେ । ମେଡ଼ିକାଲ ନେବା ବଦଳରେ ତାଙ୍କୁ ଅଜଣାଜାଗାକୁ ନେଇ ବଳାତ୍କାର କରିଥିଲେ । ସେ ତାଙ୍କ ସ୍ଵାମୀଙ୍କ ଚିକିତ୍ସାପାଇଁ ନେଇଥିବା ୧ଲକ୍ଷ ଟଂକା ଲୁଟିନେଇଥିବାର ଅଭିଯୋଗ କରିଛନ୍ତି ।

ମହିଳାଙ୍କ ସ୍ଵାମୀ ଜଟିଳ ରୋଗରେ ଅନେକ ଦିନ ହେଲା ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି । ସେଥିପାଇଁ ପୀଡ଼ିତା ପ୍ରତ୍ୟେକ ଦିନ ସ୍ଵାମୀଙ୍କୁ ଦେଖାଶୁଣା କରିବାକୁ ଯାଉଥିଲେ । ଯୁବକ ଜଣକ ଆଗରୁ ମହିଳାଙ୍କୁ ଅନେକବାର ପିଛା କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ।

ମହିଳାଙ୍କ ମାମଲାକୁ ଭିତ୍ତିକରି ଯୁବକଙ୍କୁ ଗିରଫ କରିବା ସହ ପୋଲିସ କୋର୍ଟ ଚାଲାଣ କରିଛି ।  

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.