ନିଜର ବୟଫ୍ରେଣ୍ଡକୁ ବନ୍ଧକ ରଖି ପ୍ରେମିକାକୁ କଲେ ଗଣଦୁଷ୍କର୍ମ, ଅଚେତ ଅବସ୍ଥାରେ ଛାଡ଼ିଚାଲିଗଲେ ଜଙ୍ଗଲରେ
5/01/2019 at 8:08 PM

ଜମୁଇ ୫/୧୨- ବିହାର ଜମୁଇରେ ଘଟିଛି ଅଭାବନୀୟ ଘଟଣା । ଟ୍ୟୁସନ କହି ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିବା ଜଣେ ଝିଅ ହୋଇଛି ଗଣଦୁଷ୍କର୍ମର ଶିକାର ।
ବିହାର ଜମୁଇ ଚନ୍ଦ୍ରଦୀପ ଥାନା ଅଂଚଳର ଜୈନିକା ଯୁବତୀ ନିଜର ବୟଫ୍ରେଣ୍ଡ ସହ କୈଳାସ ଡ଼୍ୟାମ ବୁଲିବାକୁ ଯାଇଥିବାବେଳେ ଘଟିଛି ଏହି ଘଟଣା । ଘରେ ଟ୍ୟୁସନ କହି ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ । ବାଟରେ ଯିବାସମୟରେ ଜଂଗଲ ରାସ୍ତାରେ ସେମାନଙ୍କୁ ଅଜଣା ଯୁବକ ୪ଜଣ ଅଟକାଇଥିଲେ ।
ଏହି ଚାରିଜଣ ଯୁବକ ତାଙ୍କ ବୟଫ୍ରେଣ୍ଡକୁ ବନ୍ଧକ ରଖି ଜଂଗଲକୁ ନେଇ କରିଥିଲେ ଗଣଦୁଷ୍କର୍ମ । ଏହି ଯୁବକମାନେ ଯୁବତୀଙ୍କର ଆଗରୁ ଚିହ୍ନାଜଣା ଥିଲେ ବୋଲି ଏତାଲା ଦେବାବେଳେ କହିଛନ୍ତି ।
ଯୁବତୀଙ୍କୁ ୪ଜଣ ଯୁବକ ବାରମ୍ବାର ଗଣଦୁଷ୍କର୍ମ କରିଥିବା କଥା ଅଭିଯୋଗ କରିଛନ୍ତି । ଯୁବତୀଙ୍କୁ ଅଚେତ ଅବସ୍ଥାରେ ଜଂଗଲରେ ଛାଡ଼ି ଚାଲିଆସିଥିଲେ । ଅଚେତ ଅବସ୍ଥାରେ ଯୁବତୀ ଜଙ୍ଗଲରେ ପଡ଼ିଥିବା ନେଇ ଥାନାରେ କେହି ଅଜଣା ବ୍ୟକ୍ତି ଖବରଦେବା ପରେ ପୋଲିସ ଉଦ୍ଧାର କରିଥିଲା । ମାମଲା ରୁଜୁକରି ପୋଲିସ ଯୁବତୀଙ୍କ ବୟାନ ଅନୁସାରେ ସେମାନଙ୍କୁ ଖୋଜୁଛି ।