Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ ଉପରେ କିଙ୍ଗସ୍‌ର ବିଜୟ, ୯ ଓ୍ବିକେଟ୍‌ରେ ଜିତିଲା ପଞ୍ଜାବ
  • ||
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||

ମିଛ ଧର୍ମ କହି ଫସାଇ ଯୁବତୀଙ୍କୁ ଦୁଷ୍କର୍ମ : ନିଜ ସହାୟତା ପାଇଁ ଭିଡିଓ କରି ସୋଶିଆଲ ମିଡିଆରେ ପୋଷ୍ଟ କଲେ ଯୁବତୀ

22/06/2019 at 11:24 AM

ସିକର ୨୨/୬: ଜଣେ ଯୁବତୀଙ୍କ ଦୁଇଟି ଭିଡିଓ ଭାଇରାଲ ହେବା ପରେ ପୋଲିସର ହୋଶ ଉଡ଼ିଯାଇଛି। ଯୁବତୀ ଏହି ମାମଲାରେ ଅଭିଯୋଗ କରିଛନ୍ତି ଯେ ମିଛ ଧର୍ମ କହି ଶାହରୁଖ ନାମକ ଜଣେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ନିଶା ଜିନିଷ ଖୁଆଇ ଦୁଷ୍କର୍ମ କରି ତାଙ୍କର ଭିଡିଓ କରିଥିଲା। ଏହି ଯୁବକ ଜଣକ ଅନ୍ୟ ୩/୪ଜଣ ଯୁବତୀଙ୍କ ସହ ମଧ୍ୟ ଶାରିରୀକ ସମ୍ପର୍କ ରଖିଥିଲା। ସେହି ଯୁବତୀ ଜଣକ ୧୬ବର୍ଷର ଥିବାବେଳେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ଏବେ ଯୁବତୀଙ୍କୁ ୧୯ବର୍ଷ।

ଯୁବତୀ ଅଭିଯୋଗ କରିଛନ୍ତି ଯେ ସେ ଯେତେବେଳେ ଶାହରୁଖଙ୍କ ଧୋକା ବିଷୟରେ ଜାଣିପାରିଥିଲେ ସେତେବେଳେ ସେ ତା’ ସହ ସମ୍ପର୍କ ଭାଙ୍ଗିଦେଇଥିଲେ। ଯୁବତୀ କୋଚିଙ୍ଗ ଯାଉଥିବାବେଳେ ଯୁବକ ତାଙ୍କୁ ରାସ୍ତାରେ ଅଟକାଇ ତାଙ୍କସ ହ ମାରପିଟ କରିଥିଲା। ଏବେ ଯୁବକ ତାଙ୍କୁ ଫୋନ କରି ଭିଡିଓ ଭାଇରାଲ କରିବାର ଧମକ ଦେଉଛି। ଶାହରୁଖ ତାଙ୍କୁ ପିଛା କରି କରି ତାଙ୍କ ଘର ଯାଏଁ ପହଞ୍ଚିଯାଉଛି। ଏବେ ସେ ଧମକ ଦେଇଛି ଯେ ୩ମାସ ପରେ ତାଙ୍କୁ ଘରୁ ଉଠାଇ ନେଇଯିବ। କେହି ତା’ର କିଛି କରିପାରିବେ ନାହିଁ।

ଯୁବତୀ ଜଣକ ଯୁବକର କାର୍ଯ୍ୟକଳାପ ସହିନପାରି ନିଜର ସହାୟତା ପାଇଁ ୧.୩୪ମିନିଟର ଏବଂ ୧.୦୭ମିନିଟର ଦୁଇଟି ଭିଡିଓ କରି ସୋଶିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯୁବତୀ ଏବେ ଲିଖିତ ଆଧାରରେ ପୋଲିସ ନିକଟରେ ଅଭିଯୋଗ କରିନାହାନ୍ତି। ପୋଲିସର କହିବାନୁସାରେ ତାଙ୍କ ପାଖରେ ରିପୋର୍ଟ ଆସିଲେ ସେ କାର୍ଯ୍ୟାନୁଷ୍ଠାନ କରିବେ। କୁହାଯାଉଛି ଯେ ଯୁବତୀ ଦଶମ ଶ୍ରେଣୀ ପଢ଼ିବାବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।

   Related Posts