Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ଭଞ୍ଜନଗର : କଲଭର୍ଟ ନିକଟରୁ ମିଳିଲା ମୃତଦେହ, ଠେଙ୍ଗାରେ ପିଟିପିଟି ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ପରିବା କିଣିବା ବେଳେ ଅମିନଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ଘରେ ବୁଲାଇଲେ କଳାକନା, ସ୍ଵାମୀଙ୍କ ଆଗରେ ମହିଳାଙ୍କୁ କଲେ ଦୁଷ୍କର୍ମ

31/12/2018 at 8:55 PM

ଆଗ୍ରା ୩୧/୧୨- ଆଗ୍ରା କାସଗଂଜ କୋତବାଲୀ ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ଘରୁ କଳାକନା ବୁଲାଇବା ପରେ ସ୍ଵାମୀଙ୍କ ଆଗରେ ଦୁଷ୍କର୍ମ କରିଛନ୍ତି ଲୁଣ୍ଠନକାରୀ ।

ରବିବାର ରାତି ସାତ କି ଆଠ ହେବ । ଦଳେ ଲୋକ ଦମ୍ପତିଙ୍କ ଘର ଭିତରକୁ ଧସେଇ ପଶିଥିଲେ । ପ୍ରଥମେ ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ଘରେଥିବା ଆଲମିରାରୁ ୧୫ ହଜାର ଟଂକା ଓ କିଛି ସୁନାଗହଣା ନେଯାଇଥିଲେ । ଏହାପରେ ସ୍ଵାମୀଙ୍କ ଆଗରେ ମହିଲାଙ୍କୁ କରିଥିଲେ ଗଣଦୁଷ୍କର୍ମ ।

ଏହି ଘଟଣାରେ ସ୍ଵାମୀ ନୀରବ ଦର୍ଶକ ସାଜିଥିଲେ । କିଛି କରିପାରି ନଥିଲେ । ସେମାନଙ୍କ ପାଟିରେ ଲୁଗାବିଣ୍ଡା ଦେଇ ଏସବୁ କାମ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ସେମାନଙ୍କ ପୁଅ ଦୁଇଟି ବିବାହ କରିଥିଲା । ପ୍ରଥମ ସ୍ତ୍ରୀ ତାଙ୍କ ପୁଅକୁ ଛାଡ଼ି ବାପଘରେ ରହୁଥିଲା । ପ୍ରଥମ ସ୍ତ୍ରୀଙ୍କ ସହ ତାଙ୍କ ପୁଅର କିଛି ସଂପର୍କ ନ ଥିଲା । ଯାହାଫଳରେ ଏହି ଘଟଣା ପ୍ରଥମ ସ୍ତ୍ରୀର ବାପା କରିଥାଇପାରନ୍ତି ବୋଲି ଅଭିଯୋଗ କରିଛନ୍ତି ।

ପୋଲିସ ଏହି ଘଟଣାର ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

   Related Posts