Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପାଂଚ ବର୍ଷର ନାବାଳିକାକୁ ଦାଦା କଲା ଦୁଷ୍କର୍ମ, ପୋଲିସ ରୁଜୁକଲା ମାମଲା

16/03/2019 at 6:57 PM

ହିସାର ୧୬/୩- ସେକ୍ଟର ପାଂଚ ସ୍ଥିତ ଏକ କଲୋନୀରେ ଜଣେ ନାବାଳିକା ସହ ନିଜ ଦାଦା କଲା ଦୁଷ୍କର୍ମ । ପୋଲିସ ମାମଲା ରୁଜୁକରି ଅଭିଯୁକ୍ତକୁ କଲା ଗିରଫ ।

ଏଭଳି ଅଭାବନୀୟ ଘଟଣା ହିସାରର ସେକ୍ଟର ପାଂଚର ଏକ କଲୋନୀରେ ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ । ପରିବାର ସହ ରହୁଥିବା ନାବାଳିକାଙ୍କ ଅନ୍ୟ ସଦସ୍ୟମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ । ଏହି ମୌକାରେ ନାବାଳିକାଙ୍କ ଦାଦା ବିସ୍କୁଟ ଦେବା ବାହାନାରେ ଡ଼ାକିନେଇ କରିଥିଲା ଦୁଷ୍କର୍ମ । ପରିବାର ଲୋକ ଫେରିବା ପରେ ନାବାଳିକା ଭୟରେ କିଛି କାହାକୁ କହି ନଥିଲା । କିନ୍ତୁ ନାବାଳିକା ଖିଆପିଆ ନ କରିବା ଓ ଅସୁସ୍ଥ ହୋଇପଡ଼ିବା କାରଣରୁ ପରିବାରଲୋକ ଡ଼ାକ୍ତରଖାନାକୁ ନେଇଥିଲେ । ଡ଼ାକ୍ତର ନାବାଳିକାଙ୍କୁ ଦେଖିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିଥିଲା ।

ଏହି ଘଟଣାରେ ନାବାଳିକାଙ୍କ ଦାଦା ସଂପୃକ୍ତ ଥିବା କଥା ପରିବାର ଜାଣିବାକୁ ପାଇଥିଲେ । ପରେ ପୋଲିସରେ ଏହି ଘଟଣାକୁ ନେଇ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ନାବାଳିକାଙ୍କ ଦାଦାକୁ ପୋଲିସ କରିଛି ଗିରଫ ।  

   Related Posts