୧୨ ବର୍ଷର ନାବାଳିକାଙ୍କୁ ପଡ଼ୋଶୀ ଯୁବକ କଲେ ଅପହରଣ, ୫ଦିନ ରଖି କଲେ ଗଣଦୁଷ୍କର୍ମ

Published By : Prameya-News7 Bureau | January 04, 2019 IST

ଝାଜ୍ଜର ୪/୧୨- ହରିୟାଣା ଝାଜ୍ଜାରରେ ଘଟିଛି ଅଭାବନୀୟ ଘଟଣା । ଜଣେ ନାବାଳିକାଂକୁ ଅପହରଣ କରିଛି ପଡ଼ୋଶୀ ଯୁବକ । ଏହି ଅପହରଣ ପରେ ୫ଦିନ ରଖି ଦୁଷ୍କର୍ମ କରିବାପରେ ତଣ୍ଟିକାଟି ହତ୍ୟାକରିବା ଭଳି ଜଘନ୍ୟ ଘଟଣାର ପୋଲିସ ତଦନ୍ତ କରୁଛି ।

{"id":70456}

ଡ଼ିସେମ୍ବର ୨୭ ତାରିଖରେ ଝାଜ୍ଜର ଅଂଚଳରେ ନାବାଳିକା ଅପହରଣକୁ ନେଇ ପରିବାର ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା । ପରିବାରଲୋକ ବହୁତ ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ପାଇ ନଥିଲେ । ଏହି ଘଟଣାରେ ପରିବାର ଲୋକ ପଡ଼ୋଶୀ ଯୁବକକୁ ସନ୍ଦେହ କରି ତା ନାଁରେ ମଧ୍ୟ ଥାନାରେ ଏତାଲା ଦେଇଥିଲେ ।  ପୋଲିସ ସନ୍ଦିଗ୍ଧ ଯୁବକଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲା । ଫଳରେ ଅଧିକ ସନ୍ଦେହ ହେବାରୁ ଯୁବକଙ୍କ ମୋବାଇଲ ଟ୍ରାକକରି ପୋଲିସ ଯୁବକଙ୍କୁ ଧରିବା ପରେ ସବୁ ଘଟଣା ପଦାକୁ ଆସିଥିଲା ।

ଏହି ଘଟଣାସହ ସଂପୃକ୍ତଥିବା ଆଉ ୪ଜଣଙ୍କ ଖବର ମଧ୍ୟ ପୋଲିସ ସଂଗ୍ରହ କରିଛି । ନାବାଳିକାକୁ ଅପହରଣ କଲାପରେ ସେମାନେ ୫ଦିନ ଧରି ଦୁଷ୍କର୍ମ କରିଥିବା କଥା ପୋଲିସ ଆଗରେ ଅଭିଯୁକ୍ତ ପ୍ରକାଶ କରିଛି ।

ନାବାଳିକାକୁ ଅପହରଣ ପରେ ପ୍ରମାଣ ଲିଭାଇବାକୁ କରାଯାଇଛି ହତ୍ୟା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏକାଧିକ ଲୋକ ଏହି ଘଟଣା ସହ ସଂପୃକ୍ତଥିବା କଥା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.