ପଡ଼ୋଶୀ ଭାଉଜକୁ ଯୁବକ କରୁଥିଲା ଏକତରଫା ପ୍ରେମ, କେହି ନ ଥିବା ବେଳେ ଘରେ ପଶିକଲା ଦୁଷ୍କର୍ମ

Published By : Prameya-News7 Bureau | December 30, 2018 IST

ଭୋପାଳ ୩୦/୧୨- ପଡ଼ୋଶୀ ଭାଉଜକୁ  ଏକତରଫା ପ୍ରେମ କରୁଥିଲା ଯୁବକ । ଭାଉଜଙ୍କ ତରଫରୁ କିଛି ପ୍ରେମର ସଂକେତ ପାଇପାରୁ ନଥିଲା । ଭାଉଜଙ୍କୁ ପାଇବାକୁ ଯୁବକ ଏତେ ପାଗଳ ହୋଇଯାଇଥିଲା, ଘରେ କେହି ନଥିବା ସମୟରେ ଘରେ ଧସେଇ ପଶି କରିଥିଲା ଦୁଷ୍କର୍ମ ।

ବୈରାସିଆ ଅଂଚଳରେ ଗୋଟିଏ ଗାଁରେ ଜଣେ ବିବାହିତା ମହିଳା(୨୬ ବର୍ଷ) ଜଣକ ଗୃହିଣୀ ଥିଲେ । ସେ ଦେଖିବାକୁ  ସୁନ୍ଦ୍ରର ଥିଲେ । ପଡ଼ୋଶୀଯୁବକ ସୁରେନ୍ଦ୍ର ସିଂ ଠାକୁର ତାଙ୍କୁ ଏକତରଫାଭାବେ ଭଲପାଇଥିଲେ । କିନ୍ତୁ ପଡ଼ୋଶୀ ମହିଳା ଯୁବକଙ୍କୁ ପ୍ରେମକରିବାକୁ  କୌଣସି ସୁଯୋଗ ଦେଉ ନ ଥିଲେ ।  ଘରେ କେହି ନଥବା ସମୟରେ ଗୁରୁବାର ଦ୍ଵି-ପ୍ରହର ସମୟରେ ଯୁବକ ଜବରଦସ୍ତଭାବେ ମହିଳାଙ୍କ ଘରେ ପଶି କବାଟ ବନ୍ଦ କରିଦେଇଥିଲେ । ମହିଳା ଯେତେ ବିରୋଧ କଲେ ବି ତାଙ୍କ କଥା ଶୁଣି ନ ଥିଲେ । ମହିଳାଙ୍କୁ ଅମାନବୀୟ ଭାବେ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

ମହିଳାଙ୍କ ସ୍ଵାମୀ ଓ ଶାଶୁ ମଧ୍ୟ ଏହିଘଟଣାକୁ ବିରୋଧ କରିବାରୁ  ଅଭିଯୁକ୍ତ ସୁରେନ୍ଦ୍ର ଧମକଚମକ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ଡ଼ାକ୍ତରୀମାଇନା ପାଇଁ ପଠାଯାଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.