ସ୍ଵାମୀର ସାଙ୍ଗ ଧମକଦେଇ ସୁଟିଂଗ କଲା ଅଶ୍ଳୀଳ ଭିଡ଼ିଓ, ବ୍ଲାମମେଲ କରି ବର୍ଷେଯାଏ ରଖିଲା ଶାରୀରିକ ସଂପର୍କ

Published By : Prameya-News7 Bureau | December 30, 2018 IST

ଫତେହାବାଦ ୩୦/୧୨- ସ୍ଵାମୀର ସାଙ୍ଗ ଧମକଦେଇ ସୁଟିଂ କଲା ଅଶ୍ଳୀଳ ଭିଡ଼ିଓ । ଏହି ଭିଡ଼ିଓ ମାଧ୍ୟମରେ ବ୍ଲାକମେଲ କରି ବାରମ୍ବାର ରଖୁଥିଲା ଶାରୀରିକ ସଂପର୍କ । ଏହିଭଳି ଘଟଣା ଘଟିଛି, ଫତେହାବାଦ ଜାଖଲକ୍ଷେତ୍ରର ଏକ ଗାଁରେ ।

ଜାଖଲକ୍ଷେତ୍ରରେ ଘଟିଥିବା ଏହି ଘଟଣାରେ ବିବାହିତା ମହିଳା ହୋଇଛନ୍ତି ସ୍ଵାମୀଙ୍କ ସାଙ୍ଗଦ୍ଵାରା ଦୁଷ୍କର୍ମର ଶିକାର । କେହି ନଥିବା ବେଳେ ସ୍ଵାମୀଙ୍କର ଜଣେ ଘନିଷ୍ଠବନ୍ଧୁ ଘରକୁ  ଆସିଥିଲା । ବିବାହିତା ଜଣକ ଏକା ଥିବାବେଳେ ଧମକଦେଇ  ବିଭିନ୍ନ ଅଶ୍ଳୀଳ ଇଂଗିତ ଦେଖାଇବା ସହ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ସମୟର ମୂହୁର୍ତ୍ତର ଭିଡ଼ିଓ ମଧ୍ୟ ସୁଟିଂଗ କରିଥିଲା । ଏହି ଭିଡ଼ିଓକୁ ଦେଖାଇ ବାରମ୍ବାର ଦୁଷ୍କର୍ମ କରୁଥିବାର ଅଭିଯୋଗ କରିଛନ୍ତି ମହିଳା ।

ମହିଳାଙ୍କୁ ଏହି ଭିଡ଼ିଓ ଦେଖାଇ ବର୍ଷେ ଧରି ଦୁଷ୍କର୍ମ କରୁଥିବା କଥା ସେ ଥାନାରେ ଏତାଲା ଦେବା ସମୟରେ କହିଛନ୍ତି । ସେ ଆହୁରି କହିଛନ୍ତି, ସେ ଯଦି ଶାରୀରିକ ସଂପର୍କ ନ ରଖେ, ତାହେଲେ ତାଙ୍କର ସମସ୍ତ ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଦେବ ବୋଲି ଧମକ ଦେଇଥିଲା ଦୁଷ୍କର୍ମକାରୀ । ଏହି ଭୟରେ ମହିଳା ସ୍ଵାମୀଙ୍କର ସାଙ୍ଗ ସହ ବାରାମ୍ବାର ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ ହେଉଥିଲେ ।

ମାମଲା ଦାୟର ପରେ ଦୋଷୀକୁ ଉପଯୁକ୍ତ ଦଣ୍ଡଦିଆଯିବ ବୋଲି କହିଛନ୍ତି  ଏଏସଆଇ ସର୍ବଜିତ କୌର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.