୨ଟି ଗାଁରୁ ୭୦ରୁ ଉର୍ଦ୍ଧ୍ବ ମେଣ୍ଢା ଚୋରି କରି ନେଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | January 13, 2020 IST

କଟକ ୧୩/୧: ବାଙ୍କୀର ବିଭିନ୍ନ ସ୍ଥାନରୁ ୭୦ ରୁ ଉର୍ଦ୍ଧ ମେଣ୍ଢା ଚୋରୀ ଅଭିଯୋଗ ହୋଇଛି ।ଲୋକେ ଏଥିପାଇଁ ଭୟଭୀତ ଅଛନ୍ତି । ଏନେଇ ବାଙ୍କୀ ଥାନାରେ ଏତଲା  କରିଛନ୍ତି ମେଣ୍ଢା ମାଲିକମାନେ।

{"id":210528,"sizeSlug":"large"}

 ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁରଗ୍ରାମର ରମା ବେହେରା ଓ ସୁକା ବେହେରା, ଜାତମୁଣ୍ଡିଆ ଗ୍ରାମର କୁରୁପା ବେହେରାଙ୍କ ଗୁହାଳରୁ ବିଳମ୍ବିତ ରାତିରେ ଏହି  ତିନିଜଣଙ୍କ ଗୁହାଳରୁ କେତେକ ଦୁର୍ବୁତ୍ତ ଆସି ମେଣ୍ଢା ଚୋରୀ କରିନେଇଛନ୍ତି । ଗତ କାଲି ଦୁର୍ଗାପୁର ଗ୍ରାମରୁ ମେଣ୍ଢା ଚୋରୀ ହୋଇଥିବାବେଳେ ଆଜି ପୁଣି ଜାତମୁଣ୍ଡିଆ ଗ୍ରାମରୁ କୁରୁପା ବେହେରାଙ୍କ ଗୁହାଳରୁ ମେଣ୍ଢା ଚୋରି ହୋଇଛି । ଦୁଇଦିନ ଧରି ମେଣ୍ଢା ଚୋର ସକ୍ରିୟ ଥିବା ବେଳେ ପୋଲିସ ନିଷ୍କ୍ରିୟତାକୁ ପଦାରେ ପକାଇଛି । ଯାହା ଫଳରେ ମେଣ୍ଢା ଚାଷୀ ଏବେ ଭୟଭିତ ଅବସ୍ଥାରେ ଅଛନ୍ତି । ବାଙ୍କୀରେ ମେଣ୍ଢା ଚୋର ସକ୍ରିୟ ଥିବାବେଳେ ପୋଲସ ନିଷ୍କ୍ରିୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ପେଟ୍ରୋଲିଂ ବ୍ୟବସ୍ଥା ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହ ମେଣ୍ଢା ଚୋରଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହୋଇଛି ।

{"id":210529,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.