ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି

Published By : Prameya-News7 Bureau | August 14, 2019 IST

ପଦ୍ମପୁର ୧୪|୮: ବରଗଡ଼ ଜିଲ୍ଲା ପଦ୍ମପୁର ସହରର ମୁଖ୍ୟ ରାସ୍ତା ନିକଟରେ ଥିବା ଲକ୍ଷ୍ମୀନାରାୟଣ, ଦୁର୍ଗା ଓ ଶିବ ମନ୍ଦିରରେ ଗତକାଲି ରାତିରେ ଚୋରି ହୋଇଛି । ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷ୍ମୀନାରାୟଣ ମନ୍ଦିରରୁ ଦୁଇଟି ରୂପା ମୁକୁଟ, ତିନୋଟି ସୁନାର ତୁଳସି ପତ୍ର ଏବଂ ଦାନ ବାକ୍ସର ଟଙ୍କା ଚୋରି କରିଛନ୍ତି ।

{"id":144139}

ସକାଳ ପୂଜକ ପୂଜା କରିବା ପାଇଁ ଆସିଥିବା ବେଲେ ଘଟଣା ସମ୍ପର୍କରେ ଜାଣି ପୋଲିସକୁ ଖବର ଦେଲାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.