Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||

ଶିବ ଲିଙ୍ଗ ଉପରେ ନିଆଁ ଲଗାଇ ମହାଦେବଙ୍କ ମୂଲ୍ୟବାନ ସୁନାରୂପା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଲୁଟି ନେଲେ ଦୁର୍ବୃତ୍ତ

6/12/2018 at 5:43 PM

କେନ୍ଦ୍ରାପଡା ୬|୧୨: କେନ୍ଦ୍ରାପଡା ଜିଲ୍ଲା  ଜମ୍ବୁ  ସାମୁଦ୍ରିକ ଥାନା ରାଜନଗର ପଞ୍ଚାୟତ ଅନ୍ତର୍ଗତ ସରକାର ପଡାରେ ଅଭାବନୀୟ ଘଟଣା । ଗ୍ରାମରେ ଥିବା ରାମେଶ୍ବର ଶିବଲିଙ୍ଗ ଉପରେ ନିଆଁ ଲଗାଇ ମୁଲ୍ୟବାନ ସୁନାରୁପ  ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଲୁଟି ନେଲେ ଦୁର୍ବୃତ୍ତ । ଗ୍ରାମବାସୀମାନେ ପୋଲିସ ନିକଟରେ ଅଭିଯୋଗ ପରେ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।  ଉକ୍ତ ଗ୍ରାମର ଜଣେ ମାନସିକ ରୋଗୀଙ୍କୁ ସନ୍ଦେହର  ପଚରାଉଚାରା  ଜାରି ରହିଛି  ।

ଶେଷରେ ଠାକୁରଙ୍କୁ  ଖାଇ  ଖଟୁଲି  ଖାଇଗଲେ ଦୁର୍ବୃତ୍ତ ।  ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟିରୁ ବାଦ ଗଲେନି ନିଜେ ମହାଦେବ । ଶିବଲିଙ୍ଗ ଉପରେ ଠାକୁରଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଏକାଠି କରି ନିଆଁ ଲଗାଇ ପୋଡିଦେଲେ  ।  କେବଳ ସେତିକି ନୁହେଁ  ମହାଦେବଙ୍କୁ ଦାନ ସୁତ୍ରରେ ମିଳିଥିବା ସୂନା ଚେନ୍,  ରୂପା ମୁକୁଟକୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।   ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା  ରାଜନଗର ପଞ୍ଚାୟତର  ସରକାର ପଡା ଗାଁରେ  ।   ଗ୍ରାମବାସୀ ମାନେ  ଚାନ୍ଦା ଭେଦା କରି  ଏକ ରାମେଶ୍ବର ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହାସହ ଲକ୍ଷ୍ମୀନାରାୟଣ ମୂର୍ତ୍ତି ସ୍ଥାପନ ସହ  ସୁନାରୁପା ଅଳଙ୍କାର ସହ ଠାରୁରଙ୍କ ପାଇଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ କିଣିଥିଲେ । ଏହାସହ  ମନ୍ଦିରଟିକୁ  ଚାଳ ଛପର କରିଥିଲେ ।

ଆଜି ସକାଳେ ମନ୍ଦିର ପୂଜକ ମନ୍ଦିର ଦ୍ବାର ଖୋଲିବା ପରେ ହଠାତ ମନ୍ଦିରର ଚାଳ କଣା ହୋଇଥିବା ଦେଖିବାକୁ ପାଇଥିଲେ ।  ସଙ୍ଗେସଙ୍ଗେ ଗାଁଲୋକଙ୍କୁ ଖବର ଦେଇଥିଲେ ।  ଗ୍ରାମବାସୀମାନେ ମନ୍ଦିର ଖୋଲି ଦେଖିବା ସହ ନିଜ ଆଖିକୁ ବିଶ୍ବାସ କରିପାରିନ ଥିଲେ ।  ଏଭଳି କାଣ୍ଡ ପାଇଁ ଉକ୍ତ ଗ୍ରାମର ଜଣେ ମାନସିକ ରୋଗୀ ଯୁବକଙ୍କୁ ସନ୍ଦେହ ପୋଲିସ ପଚରା ଉଚରା କରୁଛି ।

ତେବେ ପ୍ରଶ୍ନ ଉଠୁଛି ମାନସିକ ଶାନ୍ତି ପାଇଁ ଈଶ୍ବରଙ୍କ ଉପରେ ପ୍ରଗାଢ ବିଶ୍ବାସ ସ୍ଥାପନ କୁରଥିବା ଏହି ମଣିଷ ଏଭଳି ହୀନ ପଦକ୍ଷେପ ନେଇପାରୁଛି କିପରି ।

   Related Posts