ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ଶ୍ରୀରାମଙ୍କ ମନ୍ଦିରରୁ ଚୋରୀ
2/04/2019 at 3:36 PM

ପୁରୀ ୨|୪ : ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ଶ୍ରୀରାମଙ୍କ ମନ୍ଦିରରୁ ଚୋରୀ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଦକ୍ଷିଣ ଦ୍ୱାର ର ଅଳ୍ପ ଦୁରରେ ଥିବା ଏହି ମନ୍ଦିରରୁ ଦୁର୍ବୁତ୍ତ ମାନେ ଚୋରି କରିବାରେ ସଫଳ ହୋଇଛନ୍ତି। ଗତକାଲି ରାତିରେ ମନ୍ଦିର ଦ୍ୱାର ବନ୍ଦ ହେବାପରେ କେହି ଦୁର୍ବୁତ୍ତ ମନ୍ଦିର ପଛପଟ ଜାଲି କାଟି ହୁଣ୍ଡି ଓ ଦାନବାକ୍ସକୁ ଭାଙ୍ଗି ଚୋରି କରି ନେଇଛନ୍ତି। ଏହାଛଡ଼ା ଶ୍ରୀମନ୍ଦିରରେ ଥିବା ଦୁଇଟି ଛୋଟ ମୁର୍ତ୍ତି ଓ ଏକ ଶାଳଗ୍ରାମକୁ ମଧ୍ୟ ଚୋରି କରି ନେଇଛି ଦୁର୍ବୁତ୍ତ । ଏପରିକି ପ୍ରଭୁ ଶ୍ରୀରାମଙ୍କ ମୁର୍ତ୍ତିକୁ ମଧ୍ୟ ଚୋରୀ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ମନ୍ଦିରର ପୂଜକ ହରିବୋଲ ସିଂହାରୀ ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସିସିଟିଭି ଅନୁଧ୍ୟାନ ପରେ ଘଟଣା ସଂପର୍କରେ ସୁରାକ ମିଳିବ ବୋଲି ଏସପି କହିଛନ୍ତି।