ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରୀ
19/12/2018 at 10:53 AM

ଖୋର୍ଦ୍ଧା ୧୯|୧୨: ମନ୍ଦିରରୁ ଚୋରି । ଖୋର୍ଦ୍ଧା ଗୁରୁଜଙ୍ଗ କାଳୀ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ଠାକୁରଙ୍କ ଅଳଙ୍କାର ସହ୨ଟି ହୁଣ୍ଡି ଉଠାଇ ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୨୦ ଭରି ସୁନା ଓ ରୂପା ଅଳଙ୍କାର ଚୋରି ହୋଇଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏନେଇ ଗାଁ ଲୋକେ ଖୋର୍ଦ୍ଧା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।