ଚୋରଙ୍କ ଟାର୍ଗେଟ୍ରେ ମଦ ଦୋକାନ
24/12/2018 at 4:46 PM

ବାଲେଶ୍ବର ୨୪|୧୨ : ଚୋରଙ୍କ ଟାର୍ଗେଟରେ ମଦ ଦୋକାନ । ବାଲେଶ୍ବର ନୀଳଗିରି ସନ୍ତରାଗଡିଆ ଅଞ୍ଚଳରେ ସରକାରୀ ମଦ ଦୋକାନରୁ ଚୋରି ଅଭିଯୋଗ । ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ମଦ ସାମଗ୍ରୀ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଅକ୍ଟୋବର ୪ ତାରିଖରେ ମଧ୍ୟ ଏହି ଦୋକାନରୁ ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଥିବା ନେଇ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା । ସିସିଟିଭିରେ ଚୋରି କରିଥିବା ବ୍ୟକ୍ତିଙ୍କ ସଂପର୍କରେ ସ୍ପଷ୍ଟ ହେବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ହେଲେ ଏବେ ସୁଦ୍ଧା ଚୋର ଧରା ପଡିନଥିବା ବେଳେ ପୁଣି ଆଉ ଥରେ ଚୋରି ହେବା ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।