Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବାଇକ୍‌ରୁ ଟଙ୍କା ବ୍ୟାଗ୍ ଧରି ଛୁ ମାରିଲେ ଲୁଟେରା, CCTVରେ କଏଦ ହେଲା ଲାଇଭ୍ ଭିଜୁଆଲ୍

21/10/2021 at 11:03 AM

ଉଦଳା ୨୧।୧୦: ସିସିଟିଭିରେ କଏଦ ହେଲା ଲୁଟ୍‌ର ଭିଜୁଆଲ୍ । ବୁଧବାର ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବଜାରରେ ହୋଇଥିଲା ଲୁଟ୍ । ଏହି ଲୁଟର ଲାଇଭ୍ ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବଜାର ମଝିରେ ବ୍ୟବସାୟୀ ଲଳିତ ଦାସ ନିଜ ବାଇକରେ ଟଙ୍କା ବ୍ୟାଗ ଟାଙ୍ଗି ନିକଟସ୍ଥ ଦୋକାନକୁ ଯାଇଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ ଲୁଟେରା ତାଙ୍କ ଗାଡି ହ୍ୟାଣ୍ଡେଲରେ ଚୁଇଙ୍ଗମ୍ ଲଗାଇ ଦେଇଥିଲା । ପରେ ଲଳିତ ଆସି ଗାଡି ହ୍ୟାଣ୍ଡେଲରେ ଚୁଇଙ୍ଗମ୍ ଲାଗିଥିବା ଦେଖି ତାହାକୁ ସଫା କରି ହାତ ଧୋଇଥିଲେ । ପାଣି ବୋତଲ ରଖିବାକୁ ଦୋକାନକୁ ଯାଇଥିବା ବେଳେ ଲୁଟେରା ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ ମାରିଛି ।

ବାଇକ୍‌ରେ ଥିବା ଅନ୍ୟ ଜଣେ ଲୁଟେରା ସେଠାରେ ପହଞ୍ଚିବା ପରେ ଉକ୍ତ ବାଇକ୍‌ରେ ବସି ଲୁଟେରା ଦୁଇ ଜଣ ଖସି ପଳାଇ ଯାଇଥିଲେ । ପୁରା ଫିଲ୍ମ ଷ୍ଟାଇଲରେ ଦିନ ଦ୍ବିପ୍ରହରରେ ଏପରି ଲୁଟ୍ କରୁଥିଲେ ଲୁଟେରା । ଯାହାର ଲାଇଭ ଭିଜୁଆଲ୍ କଏଦ ହୋଇ ସିସିଟିଭିରେ । 

   Related Posts