Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ସ୍ବାମୀଙ୍କୁ ଛୁରୀ ଭୁସି ସ୍ତ୍ରୀ ସହ ଗଣଦୁଷ୍କର୍ମ କଲେ ୫ଯୁବକ, ଆହତ ଅବସ୍ଥାରେ ଫିଙ୍ଗିଦେଲେ ରାସ୍ତାରେ

25/08/2019 at 11:58 AM

ନାସିକ ୨୫|୮: ମହାରାଷ୍ଟ୍ର ନାସିକ ଜିଲ୍ଲା କୋଲଗଓ୍ବା ଥାନା ଅଞ୍ଚଳରେ ୫ଜଣ ଦୁର୍ବୃତ୍ତ ଯୁବକଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ପୀଡିତ ଦମ୍ପତ୍ତି ଫୋନ୍ ଯୋଗେ ପୋଲିସକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସତନାରୁ ଭରଜୁନା ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ ଦମ୍ପତ୍ତି । ପୁରହୈନି ନିକଟରେ ବାଇକ୍ ରେ ଥିବା ୫ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ସେମାନେ ଅଟକିବାରୁ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଯୁବକଙ୍କ ପେଟରେ ଛୁରୀ ଭୁସି ଆହତ କରିଦେଇଥିଲେ । ଏହାର ସୁଯୋଗରେ ଯୁବକଙ୍କ ସ୍ତ୍ରୀଙ୍କ ସହ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏହାପରେ ଦୁର୍ବୃତ୍ତମାନେ ଉଭୟଙ୍କୁ ଆହତ ଅବସ୍ଥାରେ ରାସ୍ତାରେ ଫିଙ୍ଗିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ଜଣେ ଯୁବକ ଆହତ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ସ୍ଥାନୀୟ ବସଷ୍ଟାଣ୍ଡରେ ଛାଡିଥିଲେ । ଯୁବକ ଜଣଙ୍କ ଘଟଣା ସଂପର୍କରେ ଫୋନ୍ କରି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇ ତଦନ୍ତ ଆରମ୍ଭ କରିଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଆହତ ଦମ୍ପତ୍ତି ଅଭିଯୁକ୍ତଙ୍କ ନାଁ ମଧ୍ୟ କହିଛନ୍ତି । ସେମାନଙ୍କ ନାଁ ବ୍ରଜେଶ ପ୍ରତାପ ସିଂହ ଓରଫ ଡିମ୍ପଲ, ତ୍ରିବେଣୀ ତିଓ୍ବାରୀ, କଲ୍ଲୁ କୁଶଓ୍ବାହା, ତୁଳସୀ ଦାସ କୁଶଓ୍ବାହା ଏବଂ ରାଜକୁମାର କୋଲ ବୋଲି କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts