Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦୁଝରରେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଲୁଟ୍

25/04/2019 at 10:40 PM

କେନ୍ଦୁଝର । ବ୍ରହ୍ମପୁର । ଭୁବନେଶ୍ବର ୨୫।୪: କେନ୍ଦୁଝର ଡିମ୍ବ ଗାଁରେ ଦୁର୍ବୃତ୍ତ ଗୁଳିମାଡ କରି ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟିନେଇଛନ୍ତି । ଲୁଟେରାଙ୍କ ଗୁଳିମାଡରେ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ବ୍ୟବସାୟୀ ଦିଲ୍ଲୀପ ବେହେରା ବୋଲି ଜଣାପଡିଛି ।

ବିଳମ୍ବିତ ସନ୍ଧ୍ୟାରେ ଏହି ଲୁଟ ହୋଇଛି। ବ୍ୟସାୟୀ ଦିଲ୍ଲୀପ ବେହେରା କାରବାର କରି ଫେରୁଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଗୁଳିଟି ତାଙ୍କ ହାତରେ ବାଜିଛି। ସେପଟେ ବ୍ରହ୍ମପୁର ପୁରୁଷୋତ୍ତମପୁରରେ ଜଣେ ବ୍ୟବସାୟୀଙ୍କୁ ଠେଙ୍ଗାରେ ପିଟି ଦୁର୍ବୃତ୍ତ ନଗଦ ୨ଲକ୍ଷ ଟଙ୍କା ସମେତ ତାଙ୍କ ସ୍କୁଟି ଲୁଟିନେଇଥିବା ଅଭିଯୋଗ ହୋଇଛି ।ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ଅରୂପ ମହାନ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରାଜଧାନୀର ଖଣ୍ଡଗିରି ଅଞ୍ଚଳରୁ ପୋଲିସ ଆଜି ୬ ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଲୁଟେରାଙ୍କ ଠାରୁ ବାଇକ ସମେତ, ମୋବାଇଲ ଫୋନ ଓ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ହୋମଗାର୍ଡଙ୍କ ପୁଅ ଥିବା ଜଣାପଡିଛି।

   Related Posts