ସ୍କୁଲରେ ଦୁର୍ବୃତ୍ତମାନଙ୍କ ଆଖିବୁଜା ଗୁଳିକାଣ୍ଡ : ୮ଜଣ ଛାତ୍ରଛାତ୍ରୀ ମୃତ ,୧୨ରୁ ଅଧିକ ଆହତ

Published By : Prameya-News7 Bureau | October 25, 2020 IST

ୟାଉଣ୍ଡେ ୨୫/୧୦: ଆଫ୍ରିକୀୟ ଦେଶ କ୍ୟାମେରୁନର ଏକ ସ୍କୁଲରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ଚଳାଇବାରୁ ୮ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ଏହି ଆକ୍ରମଣରେ ୧୨ରୁ ଅଧିକ ଶିଶୁ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା​ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ରିପୋର୍ଟରେ କୁହାଯାଇଛି ଯେ ଏହି ଘଟଣା ୯ଜଣ ଦୁର୍ବୃତ୍ତ ଘଟାଇଛନ୍ତି। ମୃତ୍ୟୁବରଣ କରିଥିବା ଛାତ୍ରଛାତ୍ରୀଙ୍କ ବୟସ ୯ରୁ ୧୨ବର୍ଷ।

{"id":350480,"sizeSlug":"large"}

କ୍ୟାମେରୁନର ରାଷ୍ଟ୍ରପତି ମୌସା ଫକି ମହାମତ ଟ୍ବିଟ୍ କରି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ କୁମ୍ବାର ପ୍ରାଥମିକ ସ୍କୁଲରେ ଛୋଟ ପିଲାଙ୍କୁ ଟାର୍ଗେଟ୍ କରିଥିବା କ୍ରୃର କାର୍ଯ୍ୟକୁ ନେଇ ଦୁଃଖ ପ୍ରକାଶ କରିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଶବ୍ଦ ନାହିଁ। ଏହି ଘଟଣାର ଯେତେ ନିନ୍ଦା କଲେ ବି କମ୍ ହେବ।

ମିଳିତ ଜାତିସଙ୍ଘ କାର୍ଯ୍ୟାଳୟ କହିବା ଅନୁସାରେ କୁମ୍ବାର ମଦର ଫ୍ରାନ୍ସିସ୍କା ଇଣ୍ଟରନ୍ୟାସନାଲ୍ ବାୟଲିଙ୍ଗୁଅଲ୍ ଏକାଡେମୀରେ ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ୮ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଚିକିତ୍ସା ପାଇଁ ୧୨ଜଣ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":350481,"width":578,"height":347,"sizeSlug":"large"}

 ଆତଙ୍କବାଦୀମାନେ ଶ୍ରେଣୀ​‌ରେ ଶିଶୁଙ୍କୁ ଦେଖି ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ। ଏହା ପରେ ପିଲାମାନେ ଜୀବନ ବଞ୍ଚାଇବା ପାଇଁ ୨ମହଲା ଝରକାରୁ ଡେଇଁବା ଆରମ୍ଭ କରି ଦେଇଥିଲେ। ଯେଉଁଥିରେ ଅନେକ ପିଲା ଆହତ ମଧ୍ୟ ହୋଇଥିଲେ।

ଏହି ଆକ୍ରମଣ ପଛରେ ବିଚ୍ଛିନ୍ନତାବାଦୀ ସଙ୍ଗଠନର ହାତ ଥିବାର ସନ୍ଦେହ କରାଯାଉଛି। ଏହି ବିଚ୍ଛିନ୍ନତାବାଦୀ ସଙ୍ଗଠନ ପଶ୍ଚିମ କ୍ୟାମେରୁନରେ ସେନାଙ୍କ ସହ ଲଢ଼ୁଛନ୍ତି। ୬ଜଣ ଛାତ୍ରଙ୍କୁ ଅତ୍ୟନ୍ତ ପାଖରୁ ଗୁଳି କରାଯାଇଥିବାରୁ ସେମାନଙ୍କ ଅବସ୍ଥା​‌ ସଙ୍କଟାପନ୍ନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.