Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ୨ଟି ଗାଡି ପୋଡିଦେଲେ ଦୁର୍ବୃତ୍ତ

8/12/2019 at 9:21 AM

ଅନୁଗୋଳ ୮।୧୨: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡି ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଭରତପୁର କ୍ୟାମ୍ପ୍ ସ୍ଥିତ ଅଫିସରେ ୨ଟି ଗାଡିକୁ ଦୁର୍ବୃତ୍ତମାନେ ପୋଡି ଦେଇଥବା ସୂଚନା ମିଳିଛି । ବିଧାୟକଙ୍କ ଗୋଟିଏ ଫରଚ୍ୟୁନର ଏବଂ ଗୋଟିଏ ବୁଲେଟକୁ ପୋଡିଦେଇଥିବା ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗାଡି ପୋଡି ଫେରାର୍ ହୋଇଯାଇଛନ୍ତି । ତେବେ କିଏ ଓ କାହିଁକି ଗାଡି ପୋଡିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts