Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦୋକାନରୁ ଚୋରି କରି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଣଙ୍କୁ ଅଟକ ରଖିଲା ପୋଲିସ

19/06/2021 at 10:54 AM

ସାଲେପୁର ୧୯।୬: ବିଳମ୍ବିତ ରାତିରେ ଦୋକାନରୁ ଚୋରି । ଖାଲି ଚୋରି ନୁହେଁ ଘର ବି ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡି କେନ୍ଦୁମୂଳ ବଜାରରେ ।

ସୂଚନାଯୋଗ୍ୟ ଯେ, କେନ୍ଦୁମୂଳ ବଜାରରେ ଥିବା ଜଗବନ୍ଧୁ ବେହେରାଙ୍କ ତେଜରାତି ଓ ଲୁଗା ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାଉଁଶ ସାହାଯ୍ୟରେ ସ୍କାଇଲାଟ ଭାଙ୍ଗି ଦୋକାନ ଭିତରେ ପସିଥିଲେ । ବିଭିନ୍ନ ସାମଗ୍ରୀ ଓ ଟଙ୍କା ଲୁଟ୍ କରିବା ପରେ ଦୁଇଟି ଦୋକାନକୁ ନିଆଁ ଲଗାଇ ପୋଡି ଦେଇଥିବା ଜପକୁଦ ଫାଣ୍ଡିରେ ଅଭିଯୋଗ ହୋଇଛି ।

ପୋଲିସ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ନିକଟରେ ପୋଲିସ ଫାଣ୍ଡି ଥିଲେ ମଧ୍ୟ ପୋଲିସର ପାଟ୍ରୋଲିଂ ଅଭାବରୁ ଦୁର୍ବୃତ୍ତମାନେ ଏଭଳି ଅଘଟଣ ଘଟାଇବାକୁ ସାହାସ କରୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟଲୋକ ଜଣକୁ ଧରି ଜପକୁଦ ଫାଣ୍ଡିର ଜିମା ଦେଇଛନ୍ତି ।

   Related Posts