ଜଳିଗଲା ଶହ ଶହ ରାସନ୍ କାର୍ଡ

Published By : Prameya-News7 Bureau | April 09, 2019 IST

କାଲିମେଳା ୯|୪ : ମାଲକାନଗିରି ଜିଲ୍ଲା କାଲିମେଳାରେ ଅଗ୍ନିକାଣ୍ଡରେ ଜଳିଗଲା  ଶହ ଶହ ରାସନ୍ କାର୍ଡ । କେହି ଦୃର୍ବୃତ୍ତ ଏହି ରାସନ୍ କାର୍ଡ ଗୁଡିକରେ  ନିଆଁ  ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । କାଲିମେଳା  ଶ୍ମଶାନ ନିକଟରେ ରାସନ୍ କାର୍ଡ ଗୁଡିକରେ ନିଆଁ ଲଗାଯାଇଛି । ଗତକାଲି ସନ୍ଧ୍ୟାରେ ରାସନ କାର୍ଡ ଜଳୁଥିବା ଦେଖିଥିଲେ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ତେବେ କେଉଁଠାରୁ ଏତେ ସଂଖ୍ୟାରେ ରାସନ୍ କାର୍ଡ କେଉଁଠୁ ଆସିଲା ଏବଂ କିଏ କାହିଁକି ଏଗୁଡିକରେ ନିଆଁ ଲଗାଇଲା ତାହା ସନ୍ଦେହ ସୃଷ୍ଟି କରିଛି । ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.