ଭଲ ପାଠ ପଢୁଥିବାରୁ ଛାତ୍ରୀଙ୍କୁ ଆକ୍ରମଣ କରି ବହି ପୋଡିଦେଲେ ଦୁର୍ବୃତ୍ତ, ପରୀକ୍ଷା ନଦେବାକୁ ଧମକ

Published By : Prameya-News7 Bureau | January 19, 2020 IST

ରାୟଗଡା ୧୯।୧: ବିଦ୍ୟାଳୟରେ ଭଲ ପାଠ ପଢୁଥିବାରୁ ଜଣେ ଛାତ୍ରୀଙ୍କୁ ଆକ୍ରମଣ କରି ସମସ୍ତ ବହି ପୋଡି ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ଗ୍ରାମରେ ।

{"id":213290,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରେ ଭଲ ପାଠ ପଢୁଥିବାରୁ ଟାର୍ଗେଟ୍ କଲେ ଛାତ୍ରୀଙ୍କୁ । ଗତକାଲି ରାତି ୮ଟା ବେଳେ ଦଶମ ଶ୍ରେଣୀର ଛାତ୍ରୀ ପୁଲକ୍ ପ୍ରସାଦଙ୍କ ଘରେ ତିନି ଜଣ ମୁଖାଧାରୀ ଦୁର୍ବୃତ୍ତ ପଶି ସଂପୃକ୍ତ ଛାତ୍ରୀଙ୍କୁ ଛୁରୀ ଦେଖାଇ ଭୟଭୀତ କରିଥିଲେ । ଏହାସହ ସମସ୍ତ ବହି ପୋଡି ଦେଇଥିବା ଅଭିଯୋଗ ହୋଇଛି ।

{"id":213291,"sizeSlug":"large"}

ଆସନ୍ତା ମାର୍ଚ୍ଚ ମାସରେ ମାଟ୍ରିକ୍ ପରୀକ୍ଷା ଥିବାରୁ ପରୀକ୍ଷା ନଦେବାକୁ ମଧ୍ୟ ଧମକ ଦେଇଛନ୍ତି । ଏନେଇ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଚାନ୍ଦିଲି ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ତେବେ ବାପା ମା’ଙ୍କ ଅନୁପସ୍ଥିତିରେ ତିନି ଜଣ ଦୁର୍ବୃତ୍ତ ଘରେ ପଶି ଏପରି କାଣ୍ଡ ଭିଆଇଛନ୍ତି ।

{"id":213292,"sizeSlug":"large"}

ଘଟଣା ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଧରାଯିବ ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.