ନେହେରୁ ବଙ୍ଗଳା ନିକଟରେ ବୋଟ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିପୋଡି ହୋଇଗଲା ପାଉଁଶ

Published By : Prameya-News7 Bureau | July 16, 2021 IST

ପାରାଦୀପ ।୭: ପାରାଦୀପ ନେହେରୁ ବଙ୍ଗଳାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବୋଟିଂର ବ୍ୟବସ୍ଥା କରାଯାଇଥିବା ବୋଟ୍ ରେ କେହି ଦୁର୍ବୃତ୍ତ ଗତକାଲି ରାତିରେ ନିଆଁ ଲଗାଇଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ବୋଟିଂ ବ୍ୟବସାୟ କରିବା ପାଇଁ ଲିଜ୍ ଦିଆଯାଉଥିବା ବେଳେ ପ୍ରଦୀପ୍ତ କୁମାର ସାହୁ ଏହାକୁ ଲିଜ୍ ମାଧ୍ୟମରେ ନେଇ ବ୍ୟବସାୟ କରୁଥିଲେ।

{"id":481409,"width":749,"height":412,"sizeSlug":"large","linkDestination":"none"}

ତେବେ ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ନେହେରୁ ବଙ୍ଗଳାକୁ ବୁଲାବୁଲି କରିବା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ନେଇ ପ୍ରଦୀପ୍ତ ବୋଟ୍ ଟିକୁ ମାଛଧରା ବନ୍ଦର ଭିତରେ ରଖିଥିଲେ। ତେବେ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ବୋଟ୍ ରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି । ତେବେ ନିଆଁକୁ ଦମକଳବାହିନୀ ଆୟତ୍ତ କରିଥିବା ବେଳେ ପ୍ରଦୀପ୍ତ ମେରାଇନ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.