Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଲୁଟ୍ କରିବାକୁ ଆସି ଏଟିଏମ୍ ପୋଡିଦେଲେ ଦୁର୍ବୃତ୍ତ

18/08/2020 at 7:02 AM

ଉଦଳା ୧୮।୮: ଲୁଟ୍ କରିବାକୁ ଆସିଥିବା ବେଳେ ଏଟିଏମ୍ ପୋଡିଦେଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି ।

ଏଟିଏମ୍ ପୋଡି ଦେଲେ ଦୁର୍ବୃତ୍ତ । ଉଦଳା କଲେଜ ରୋଡରେ ଥିବା ଏଟିଏମକୁ ପୋଡି ଦେଇଛନ୍ତି ଦୁର୍ବୃତ୍ତ। ଏହାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଲେଜ ରୋଡରେ ଥିବା ଏସବିଆଇ ଏଟିଏମକୁ ଲୁଟ୍ କରିବା ପାଇଁ ଆସିଥିଲେ । ତେବେ ପୋଲିସ୍ ପଟ୍ରୋଲିଂ ଗାଡି ସେହି ରାସ୍ତାରେ ଯିବାର ଦେଖି ଦୁର୍ବୃତ୍ତମାନେ ଏଟିଏମରେ ନିଅଁ। ଲଗାଇ ସେଠାରୁ ଖସି ଯାଇଛନ୍ତି । ଯାହାଫଳରେ ଏଟିଏମଟି ପୋଡିଯାଇଛି । ଏହା ସହିତ ଏଟିଏମରେ ନିଅଁ। ଲାଗିଥିବା ଦେଖି ଦମକଳ ବିଭାଗ ଘଟଣାସ୍ଥଳରେ ପହଂଚି ନିଅଁ।କୁ ଆୟତ୍ତ କରିଥିଲା ।

ତେବେ ଏଟିଏମ ଭାଙ୍ଗିବା ନିମନ୍ତେ ଦୁର୍ବୃତ୍ତ ଆଣିଥିବା ଗ୍ୟାସ୍ ଟାଙ୍କି ଏବଂ କଟରକୁ ଛାଡି ଚାଲିଯାଇଥିବା ବେଳେ ପୋଲିସ୍ ସେଗୁଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତମାନେ ଏଟିଏମକୁ ଭାଙ୍ଗିଥିବା ବେଳେ ଟଙ୍କା ବାକ୍ସରୁ କେତେ ଟଙ୍କା ଲୁଟିଛନ୍ତି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଖବର  ଜଣାପଡିବା ପରେ ମଙ୍ଗଳବାର ସକାଳୁ ଲୋକଙ୍କ ଭିଡ ସେଠାରେ ଲାଗି ରହିଛି ।  

   Related Posts