Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ନିଜ ସ୍ତ୍ରୀ ପ୍ରତି ହେଉଥିବା ଦୁର୍ବ୍ୟବହାରର ପ୍ରତିବାଦ କରିବାରୁ ଯୁବକଙ୍କ ଉପରକୁ ଗୁଳିମାଡ଼

27/01/2019 at 8:55 PM

ସମ୍ଵଲପୁର ୨୭|୧: ସମ୍ଵଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମ ରୋଡ଼ ଅଞ୍ଚଳରେ ଗୁକିକାଣ୍ଡ ଘଟିଛି।ଗୁଳିକାଣ୍ଡରେ ଜଣେ ଯୁବକ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ରୂପକ ସ୍ବାଇଁ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସହିତ ଫାର୍ମ ରୋଡ଼ ଦେଇ ଘରକୁ ବାଇକରେ ଯାଉଥିବା ବେଳେ ସେହି ଅଞ୍ଚଳର ଏକ ହୋଟେଲରୁ ୩ଜଣ ଯୁବକ ମାଦକ ଦ୍ରବ୍ୟ ସେବନ କରି ଆସି ଏହି ଦମ୍ପତ୍ତିଙ୍କୁ ଅଟକାଇଥିଲେ । ରୂପକ ବାଇକ ରଖିବା ପରେ ତାଙ୍କ ସ୍ତ୍ରୀଙ୍କ ସହ ଯୁବକମାନେ ଅସଦାଚରଣ କରିଥିଲେ। ଏହାକୁ ମହିଳାଙ୍କ ସ୍ବାମୀ ରୂପକ ପ୍ରତିବାଦ କରିବାରୁ ୩ଯୁବକଙ୍କ ମଧ୍ୟରୁ ଜଣେ ରୂପକଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲା।

ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଆହତ ଯୁବକଙ୍କୁ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ ଅବସ୍ଥା ଗୁରୁତର ହେବାରୁ ତାହାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।ପଡାବାସୀଙ୍କ ଠାରୁ ପ୍ରକାଶ ଅଂଚଳରେ ମଦ ଦୋକାନ ରହିଥିବା ଫଳରେ ପ୍ରତିଦିନ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଦୀର୍ଘ ଦିନ ଆଗରୁ ମଦ ଦୋକାନ ଉଛେଦ ଦାବି କରାଯାଇଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି।

   Related Posts