ଯୁବକଙ୍କ ଗଳାକାଟି ହତ୍ୟା, ପ୍ରତିବାଦରେ ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | April 11, 2019 IST

ନୀଳଗିରି ୧୧|୪: ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ଅଧିନ ନୀଳଗିରି-ସେରଗଡ଼ ରାସ୍ତା ସାଆନ୍ତା ଛକରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି । ଏନେଇ ଅଂଚଳରେ ଉତ୍ତେଜନା ଲାଗି ରହିଥିବାବେଳେ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତଲୋକ ।

ସୂଚନାଯୋଗ୍ୟ ଯେ, ସାଆନ୍ତା ଛକରେ ଭୁଇଁପଡା ଗ୍ରାମର ବଂଶୀଧର ବେହେରାଙ୍କ ଅମୂଲ୍ୟ ପାନ ଦୋକାନ କରିଥିଲେ। ଗତକାଲି ରାତିରେ ମୋଟରସାଇକେଲରେ ଆସୁଥିବାବେଳେ ତାକୁ ଦୁର୍ବୃତ୍ତ ମାନେ ଗଳାକାଟି ହତ୍ୟା କରିଥିବା ଜଣାପଡିଛି । ରାତିରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସ ମୃତଦେହ ଦେଖିବାକୁ ପାଇଥିଲେ । ସକାଳୁ ଆଖପାଖ ଅଞ୍ଚଳର ଗ୍ରାମବାସୀ ପହଞ୍ଚିବା ପରେ ଉତ୍ତେଜନା ଲାଗି ରହିଥିଲା। ମୃତକର କାହା ସହ ପୂର୍ବ ଶତ୍ରୁତା ନଥିବାବେଳେ କଣ ପାଇଁ ତାଙ୍କୁ କେହି ହତ୍ୟା କରିଲେ ଏନେଇ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ସେରଗଡ ଉଦଳା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ପରେ ସଦର ଏସଡିପିଓ ଓ ଖଣ୍ଡପଡା ପୋଲିସ ପହଂଚି ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଖୁବ୍ ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.