Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଚ୍ ରାସ୍ତାରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ

12/06/2019 at 10:32 AM

ନବରଙ୍ଗପୁର ୧୨|୬: ବିଚ୍ ରାସ୍ତା ଉପରେ ଯୁବକଙ୍କ ଗଳା କାଟିଦେଲା ଦୁର୍ବୃତ୍ତ । ଜଣେ ଅଜଣା ବ୍ୟକ୍ତି ନବରଙ୍ଗପୁର ତହସିଲ୍ ଅଫିସ୍ ନିକଟରେ ଠିଆହୋଇଥିବା ବେଳେ, କେହି ଦୁର୍ବୃତ୍ତ ଅଚାନକ କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟି ଫେରାର ହୋଇଯାଇଥିଲା ।  ନବରଙ୍ଗପୁର ପୋଲିସ ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ଯୁବକଙ୍କ ନିକଟରୁ ମିଳିଥିବା ଆଧାର କାର୍ଡରୁ ସେ କଳାହାଣ୍ଡି କୋକସରା ଘଣ୍ଟିଗୁଡ଼ା ମହିମା ଗାଁର କ୍ଷୀରସିନ୍ଧୁ ଗହୀର ବୋଲି ଜଣାପଡିଛି । ନବରଙ୍ଗପୁର ମେଡିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ, କୋରାପୁଟ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଦୁର୍ବୃତ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି  ନବରଙ୍ଗପୁର ପୋଲିସ ।

   Related Posts