ଘରେ ପଶି ବୃଦ୍ଧଙ୍କ ଗଳାକାଟି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | November 20, 2019 IST

ନୟାଗଡ ୨୦।୧୧:  ନୟାଗଡରେ ଘରେ ପଶି ବୃଦ୍ଧଙ୍କୁ ଗଳାକାଟି ହତ୍ୟା । ମୃତକ ହେଲେ ମାୟାଧର ପୃଷ୍ଟି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

{"id":187130,"sizeSlug":"large"}

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଦଶପଲ୍ଲା ସହରର କୃଷ୍ଣ ସରଣପୁର ପାଟଣାରେ ଘରେ ପଶି ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ମାୟାଧର ପୃଷ୍ଟି । ପତ୍ନୀ ସ୍କୁଲକୁ ମଧ୍ୟାହ୍ନ ଭୋଜନ ରୋଷେଇ କରିବାକୁ ଯାଇଥିବା ସମୟରେ କେହି ଦୁର୍ବୃତ୍ତ ଘରେ ପଶି ମାୟାଧରଙ୍କ ଗଳା କାଟିଦେଇ କବାଟ ବାହାର ପଟୁ ଶିକୁଳି ଦେଇ ଚାଲିଯାଇଥିଲେ ।

{"id":187131,"sizeSlug":"large"}

ଦିନ ୧୨ଟା ସମୟରେ ପତ୍ନୀ ଘରକୁ ଫେରି ମାୟାଧରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ । ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.