ଘରେ ଶୋଇଥିବାବେଳେ ଜଣଙ୍କୁ ପଥରରେ ଛେଚି ହତ୍ୟା

Published By : Prameya-News7 Bureau | December 31, 2018 IST

ଭଦ୍ରକ ୩୧|୧୨:  ଘରେ ଶୋଇଥିବା ବେଳେ ଜଣଙ୍କୁ ବୀଭତ୍ସ ହତ୍ୟା । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବଚ୍ଛିପୁର ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତଦେହ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବଚ୍ଛିପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତିଙ୍କ ଆଖି ଓ ମୁହଁକୁ ପଥରରେ ଛେଚି ନୃସଂଶ ଭାବେ ହତ୍ୟା କରାଯାଇଛି । ହତ୍ୟା କରିବା ପରେ ବାହାର ପଟୁ କବାଟ ଦେଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତକ ହେଲେ ଗଣେଶ ଶତପଥୀ । ଗଣେଶଙ୍କ ଝିଅ ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ । ତାଙ୍କ ସ୍ତ୍ରୀ ଓ ପୁଅ ଘରେ ନଥିଲେ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ବାସୁଦେବପୁର ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.