ଚାଞ୍ଚଲ୍ୟ : ପୁରୀ ରେଲୱେ ଡାକ୍ତରଙ୍କ ପତ୍ନୀଙ୍କୁ କ୍ବାର୍ଟର ଭିତରେ ପଶି ଗଳାକାଟି ହତ୍ୟା

Published By : Prameya-News7 Bureau | December 17, 2018 IST

wp:core-embed/youtube {"url":"https://www.youtube.com/watch?v=zGeMnCN-0Dk\u0026feature=youtu.be","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=zGeMnCN-0Dk&feature=youtu.be
/wp:core-embed/youtube

ପୁରୀ ୧୭|୧୨: ପୁରୀରେ ଦିନ ଦ୍ବିପହରେ ଘରେ ପଶି ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପୁରୀ ରେଲୱେ କଲୋନୀରେ  କ୍ବାର୍ଟରରେ ହତ୍ୟା କାଣ୍ଡ ଘଟିଛି । ଚାଣକ୍ୟ ବିଏନଆର ହୋଟେଲର ଠିକ୍ ପଛପଟେ ଥିବା ରେଲୱେ କଲୋନୀର ସି-୭୫ ନମ୍ବର କ୍ବାର୍ଟରରେ ହତ୍ୟାକାଣ୍ଡ ଘଟିଛି । ରେଲୱେ ହସପିଟାଲର ଡାକ୍ତର ଏସ. କେ. ସାହୁଙ୍କ ପତ୍ନୀ କ୍ବାଟରରେ ଏକୁଟିଆ ଥିବାବେଳେ ଦୁର୍ବୃତ୍ତମାନେ ଗଳାକାଟି ହତ୍ୟା କରିଛନ୍ତି ।   ମୃତ ମହିଳା ହେଲେ ସୁଜାତା ସାହୁ । ତାଙ୍କ ବୟସ ପାଖାପାଖି ୪୦ ହେବ ।

{"id":64597}

ସ୍ବାମୀ ହସପିଟାଲକୁ ପଳେଇଥିବାବେଳେ ଜାଭିଅର ସ୍କୁଲରେ ୯ମ ଶ୍ରେଣୀରେ ପଢୁଥିବା ଏକମାତ୍ର ପୁଅ ସ୍କୁଲ ପଳେଇଥିଲେ । ସୁଜାତା ଘରେ ଏକାକୀ ଥିଲେ ।କିଏ ଓ କାହିଁକି ଏଭଳି ହତ୍ୟା ଘଟାଇଛି ତାହା ଏଯାଏଁ ଜଣାପଡିନାହିଁ । ଘଟଣାସ୍ଥଳରେ ପହଞ୍ଚି ପୁରୀ ସିଟି ଡିଏସ୍‌ପି ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଚଳାଇଛନ୍ତି ।

{"id":64598}

ଖବର ନେବାରେ ଜଣାପଡିଛି ଯେ, ଡାକ୍ତର ଏସ.କେ ସାହୁଙ୍କ ଘର ବାରିପଦାରେ । ସେ ଗତ ୭ ବର୍ଷ ହେଲା ପୁରୀ ରେଲୱେ ଡାକ୍ତରଖାନାରେ ଅଛନ୍ତି । ସପରିବାର ରେଲୱେ କଲୋନିର କ୍ବାଟରରେ ରହିଆସୁଛନ୍ତି । ଖବର ପାଇବା ପରେ ଡାକ୍ତର ସାହୁ ଓ ତାଙ୍କ ପୁ୍ଅ ସ୍କୁଲରୁ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରାଥମିକ ତଦନ୍ତରୁ କାହା ସହିତ କୌଣସି ପୂର୍ବ ଶତ୍ରୁତା ନଥିବା ଜଣାପଡିଛି । ସମ୍ଭବତଃ କେହି ଲୁଟ୍ କରିବା ପାଇଁ ଉଦ୍ୟମ କରି ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି ଆଶଂକା କରାଯାଉଛି ।

{"id":64599}

ଡ୍ରଇଁ ରୁମରେ ସୁଜାତାଙ୍କ ରକ୍ତ ଜୁଡୁବୁଡୁ ମୃତଶରୀର ମୁହଁମାଡି ପଡିଥିବାବେଳେ ଟିଭି ଚାଲୁ ରହିଛି । ସମ୍ଭବତଃ ସୁଜାତା ଟିଭି ଦେଖୁଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଘରର ଆସବାବପତ୍ର ଠିକ୍ ଠାକ୍ ରହିଥିବାରୁ ପୋଲିସ ହତ୍ୟାକାଣ୍ଡର କାରଣ ନେଇ ଦ୍ବନ୍ଦ୍ବରେ ପଡିଛି । ଦିନ ଦ୍ବିପହରରେ କଲୋନୀ ଭିତରେ ପଶି ଏମିତି ହତ୍ୟାକାଣ୍ଡ ଘଟାଇବା ନେଇ ପୁରୀରେ ଚାଞ୍ଚଲ୍ୟ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.