ପୂର୍ବ ଶତ୍ରୁତାରୁ ୫ ବର୍ଷର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା
21/02/2019 at 9:20 AM

ରାୟଗଡା ୨୧|୨: ୫ ବର୍ଷର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା । ବାପା ସହ ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ନେବାକୁ ଯାଇ ନୀରିହ ଶିଶୁକୁ ହତ୍ୟା କଲା ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଭାଲିଆପଦର ଗାଁରେ ।

ସୂଚନା ଅନୁସାରେ ଭାଲିଆପଦର ଗାଁର ଘାସିରାମ ସିକକା ଓ ଗିରି ମାଣ୍ଡିକାଙ୍କ ମଧ୍ୟରେ କିଛି ଦିନ ହେଲା ଶତ୍ରୁତା ଲାଗି ରହିଥିଲା । ଏହାକୁ ନେଇ ଅଭିଯୁକ୍ତ ଘାସିରାମ, ଆଜି ଗିରି ମାଣ୍ଡିକାକୁ ହାଣିବାକୁ ଟାଙ୍ଗିଆ ଧରି ଗୋଡ଼ାଇଥିଲା । ହେଲେ ଗିରି କୌଶଳକ୍ରମେ ଲୁଚି ପଡ଼ିବାରୁ ତାଙ୍କର ୫ ବର୍ଷର ପୁଅକୁ ହାଣି ହତ୍ୟା କରିଛି ଘାସିରାମ । ତେବେ ଗ୍ରାମବାସୀ ଘାସିରାମକୁ ଧରି ପୋଲିସର ଜିମା ଦେଇଛନ୍ତି । ମୁନିଗୁଡ଼ା ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
Related Posts
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021
ରାସ୍ତାରେ ଟ୍ରାକ୍ଟର ବୋଝେଇ ଧାନ ରଖି ଅବରୋଧ, ଯାତାୟତ ବାଧାପ୍ରାପ୍ତ
25 January 2021
ଘନ କୁହୁଡ଼ି ହେଲା କାଳ : ଟ୍ରକ ସହ କାର୍ର ଧକ୍କା , ୪ ଗୁରୁତର
25 January 2021