Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝିଅ ସହ ଅସଦାଚରଣର ବିରୋଧ କରିବାରୁ ବାପାଙ୍କୁ ହତ୍ୟା : ପୁଅ ଗୁରୁତର

ମୋତି ନଗର ୧୪/୫: ଦିଲ୍ଲୀର ମୋତି ନଗରରେ ୨୨ବର୍ଷ ବୟସର ଝିଅକୁ ଅସଦାଚରଣ କରୁଥିବାବେଳେ ବିରୋଧ କରିବାରୁ ଜଣେ ବ୍ୟବସାୟୀଙ୍କୁ କେତେକ ଲୋକ ଛୁରୀ ଭୁଷି ହତ୍ୟା କରି ଦେଇଛନ୍ତି। ଏହି ଘଟଣାରେ  ମୃତ ୫୧ବର୍ଷ ବୟସ୍କ ଧ୍ରୃବ ରାଜ ତ୍ୟାଗୀଙ୍କ ପୁଅ ଅନମୋଲ ତ୍ୟାଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଏବଂ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ ଧ୍ରୃବ ରାଜ ତ୍ୟାଗୀ ତାଙ୍କ ଝିଅକୁ ଖରାପ କମେଣ୍ଟ କରିଥିବା ବିରୋଧରେ ଅଭିଯୋଗ କରିବାକୁ ସେହି ପୁଅ ଘରକୁ ଯାଇଥିଲେ। ସେଠାରେ ତାଙ୍କର ସେହି ପୁଅ ଏବଂ ତା’ ବାପାଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ୪ଜଣ ମିଶି ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଆକ୍ରମଣ କରିଥିଲେ।

ପୋଲିସ୍ ଅଭିଯୁକ୍ତ ପୁଅ ଏବଂ ବାପାକୁ ଗିରଫ କରିଛି। ଏହା ସହ ଆଉ ଦୁଇ ଜଣ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗତ ଶନିବାର ସନ୍ଧ୍ୟାରେ ଧ୍ରୃବ ରାଜ ତ୍ୟାଗୀ ଡାକ୍ତରଙ୍କୁ ଭେଟିବା ପରେ ତାଙ୍କ ଝିଅଙ୍କ ସହ ଘରକୁ ଫେରୁଥିଲେ। ସେହି ସମୟରେ ରାସ୍ତାରେ ଛିଡ଼ା ହୋଇଥିବା କିଛି ଯୁବକ ଖରାପ କମେଣ୍ଟ କରିବା ସହ ଅଶ୍ଳୀଳ ଇଙ୍ଗିତ ଦେଇଥିଲେ।

ଏହାପରେ ଧ୍ରୃବ ରାଜ ତ୍ୟାଗୀ ନିଜ ଝିଅକୁ ଘରେ ଛାଡ଼ିଥିଲେ ଏବଂ ନିଜ ପୁଅ ସହ ଅଭିଯୁକ୍ତ ଯୁବକ ମହମ୍ମଦ ଶମଶେର ଆଲମର ଘରକୁ ତାଙ୍କ ବାପା ମାଆଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ। ପୋଷ୍ଟମର୍ଟମରୁ ଏହା ଜଣାପଡ଼ିଛି ଯେ ଧ୍ରୃବ ରାଜ ତ୍ୟାଗୀଙ୍କ ତିନୋଟି ଯାଗାରେ ଯେପରିକି ଲିଭର,କିଡନୀ ଏବଂ ଅନ୍ତ୍ରରେ ଗଭୀର ଆଘାତ ଲାଗିଛି। ହୃଦ୍ ସ୍ପନ୍ଦନ ବନ୍ଦ ହେବା ଏବଂ ଅତ୍ୟଧିକ ରକ୍ତସ୍ରାବ ଫଳରେ ଧ୍ରୃବ ରାଜ ତ୍ୟାଗୀଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣା ବିଳମ୍ବିତ ରାତିରେ ମୋତି ନଗର ପାଖାପାଖି ବସାଇ ଦାରାପୁର ଗାଁର ଡବ୍ଲ୍ୟୁଜେଡ ଗାଁରେ ଘଟିଛି। ଧ୍ରୃବ ରାଜ ତ୍ୟାଗୀଙ୍କ ଜଣେ ସମ୍ପର୍କୀୟଙ୍କ କହିବାନୁସାରେ ଏହା ପୂର୍ବରୁ ମଧ୍ୟ ଏହି ଯୁବକ ଅନେକ ଥର ଝିଅଙ୍କୁ ଖରାପ କମେଣ୍ଟ କରିଛି।   

122 Views

   ସମ୍ବନ୍ଧିତ ଖବର