ଯୁବକଙ୍କୁ ହାଣି ନଗଦ ଟଙ୍କା ସହ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | August 19, 2019 IST

ପାରାଦୀପ ୧୯|୮: ଯୁବକଙ୍କୁ ହାଣି ଲୁଟିନେଲେ ୫୦ ହଜାର ଟଙ୍କା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଅଞ୍ଚଳରେ ଲୁଟ୍‌ ହୋଇଛି । ନିଜ ସମ୍ପର୍କୀୟଙ୍କ ଘରୁ ଟଙ୍କା ନେଇ ବାଇକ୍‌ରେ ଯାଉଥିଲେ ପ୍ରକାଶ ମହାପାତ୍ର । ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ୨ଟି ବାଇକ୍‌ରେ ଆସି ୫ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଟଙ୍କା ସହ ପିନ୍ଧିଥିବା ସୁନା ଚେନ୍ ମଧ୍ୟ ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ । କୁଜଙ୍ଗ ଥାନା ପୋଲିସର ତଦନ୍ତ ଜାରି । ସୁନାଡିହାରୁ ସମ୍ପର୍କୀୟଙ୍କ ଘରୁ ଟଙ୍କା ନେଇ ନିଜ ଘର ବଡବୁଦାକୁ ଫେରୁଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.