ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍
17/08/2019 at 2:39 PM

ଖୋର୍ଦ୍ଧା ୧୭|୮: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାମଚନ୍ଦ୍ରପୁରରେ ଥିବା ଆଖଣ୍ଡଳମଣି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଜଟଣୀ ଥାନାରେ ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ହୁଣ୍ଡିରେ ଥିବା ଟଙ୍କା ସହିତ ଭଣ୍ଡାର ଘରେ ଥିବା ସିନ୍ଦୁକ ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଇଛନ୍ତି । ସକାଳୁ ମନ୍ଦିର ତାଲା ଭାଙ୍ଗିଥିବା ପୂଜକ ଦେଖିବାପରେ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।
Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021